fbpx

ଆସାମ-ମିଜୋରାମ ହିଂସା: ୬ ପୋଲିସ ଶହୀଦ

ନୂଆଦିଲ୍ଲୀ: ଦୁଇ ଭାରତୀୟ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ଦେଖା ଦେଇଥିବା ସଂଘର୍ଷ ଭୟଙ୍କର ରୂପ ନେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଦେଖା ଦେଇଥିବା ହିଂସାରେ ଆସାମ ପୋଲିସର ୬ ଜଣ ଯବାନ ଶହୀଦ ହୋଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶାନ୍ତି ପ୍ରସ୍ତାବ ମଧ୍ୟ ଆଣିଛନ୍ତି ।

ରବିବାର ଆସାମ-ମିଜୋରାମ ସୀମାରେ ଥିବା କିଛି ଗାଁରେ ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ । ଏହାକୁ ନେଇ ଉଭୟ ରାଜ୍ୟର ସୀମାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୋମବାର ଚହର ଜିଲ୍ଲାର ଲାଲିପୁରରେ ଏହି ଘଟଣା ଘଟିଥିଲା । ସେହିପରି ଗୁଳିମାଡରେ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ଶାନ୍ତି ଫେରାଇ ଆଣିବା ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗାଙ୍କୁ ଆମନ୍ତ୍ରଣ କରିଛନ୍ତି । ପରସ୍ଥିତି ନିୟନ୍ତ୍ରଣ ପାଇଁ ମନ୍ତ୍ରୀ ପୀୟୁଷ ହଜାରିକାଙ୍କୁ ଉକ୍ତ ଅଞ୍ଚଳ ଭ୍ରମଣ କରିବା ପାଇଁ ହିମନ୍ତ ବିଶ୍ୱ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.