fbpx

ଭଡ଼ାଟିଆ ମାତୃତ୍ୱର କଥା; ୪ ଦିନ ଆଗୁଆ ଡେଲିଭରୀ

ମୁମ୍ବାଇ: ଭଡ଼ାଟିଆ ମାତୃତ୍ୱ ବା ସରୋଗେସୀର କାହାଣୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ମିମି ୪ ଦିନ ଆଗରୁ ପରଦାକୁ ଆସିଯାଇଛି । ପୂର୍ବରୁ ଏହି ଫିଲ୍ମଟି ଜୁଲାଇ ୩୦ରେ ରିଲିଜ୍ ହୋଇଥାନ୍ତା । ମାତ୍ର ୪ ଦିନ ପୂର୍ବରୁ ଫିଲ୍ମଟିକୁ ନେଟ୍ ଫ୍ଲିକ୍ସ ଓ ଜିଓ ସିନେମାରେ ରିଲିଜ୍ କରାଯାଇଛିୁ । ଫିଲ୍ମର ଲିଡ୍ ଅଭିନେତ୍ରୀ କ୍ରିତି ସାନନଙ୍କ ଜନ୍ମଦିନରେ ଫିଲ୍ମଟିକୁ ରିଲିଜ୍ କରାଯାଇଛି । ପଙ୍କଜ ତ୍ରିପାଠୀ ଏକ ଭିଡିଓ ଶେୟାର କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଫିଲ୍ମରେ ସରୋଗେସୀ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ କାହାଣୀର ପୃଷ୍ଠଭୂମି ରଖାଯାଇଛି । ଫିଲ୍ମରେ କ୍ରିତିଙ୍କ ବ୍ୟତିତ ପଙ୍କଜ ତ୍ରିପାଠୀ ରହିଛନ୍ତି । କ୍ରିତି ଜଣେ ସରୋଗେଟ ମଦର ଏବଂ ପଙ୍କଜ ତ୍ରିପାଠୀ ଜଣେ ଟ୍ୟାକ୍ସି ଡ୍ରାଇଭର ଭୂମିକାରେ ନଜର ଆସିବେ । ସରୋଗେସୀ ପରେ ଜଣେ ମହିଳାଙ୍କୁ କଣ କଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଏହା କାହାଣୀରେ ଦେଖିବାକୁ ମିଳିବ । ସେହିପରି ସମାଜ ଏହାକୁ କିଭଳି ଭାବରେ ଗ୍ରହଣ କରିଥାଏ ତାହା ଦେଖାଇବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ।

Get real time updates directly on you device, subscribe now.