ଭୁଶୁଡ଼ୁଛି ମାଓଗଡ଼: ୬ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ, 12 ଆତ୍ମସମର୍ପଣ

ଛତିଶଗଡରେ ଭୁଶୁଡୁଛି ମାଓଗଡ଼ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମାରେ ଧରାପଡିଲେ ୬ଜଣ ହାର୍ଡକୋର୍‍ ମାଓବାଦୀ  ।

ମାଲକାନଗିରି: ଛତିଶଗଡରେ ଭୁଶୁଡୁଛି ମାଓଗଡ଼ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମାରେ ଧରାପଡିଲେ ୬ଜଣ ହାର୍ଡକୋର୍‍ ମାଓବାଦୀ  । ଏହା ସହିତ ଦନ୍ତେୱାଡ଼ାରେ 12 ମାଓବାଦୀ କରିଛନ୍ତି ଆତ୍ମସମର୍ପଣ ।

କମ୍ବିଂ ଅପରେସନ୍‍ ବେଳେ ପୋଲିସକୁ ବଡ ସଫଳତା ମିଳିଛି । କୋଣ୍ଟା ଥାନା ଅଞ୍ଚଳରୁ 2ଜଣ ଓ ବେଜି ଥାନା ଅଞ୍ଚଳରୁ 4ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଏହି ମାଓବାଦୀମାନେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବଡ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଥିଲେ । ସେମାନଙ୍କ ଠାରୁ ୩କେଜିର ଟିଫିନ ବୋମା, ୫ଟି ଡେଟୋନେଟର୍‍ ତାର ଇତ୍ୟାଦି ଜବତ କରାଯାଇଛି ।

ଗିରଫ ହୋଇଥିବା ମାଓବାଦୀଙ୍କ ନାଁରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।