ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଚମ୍ବାରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୫୦୦ ମିଟର ଉଚ୍ଚ ଘାଟିରୁ କାର୍ ଖସିପଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବାବେଳେ ୨ ମହିଳା ଓ ୨ ଶିଶୁ ସାମିଲ ଥିବା ଜଣାପଡ଼ିଛି ।
ସୁରକ୍ଷାକର୍ମୀଙ୍କ ଦ୍ୱାରା ଘଟଣାସ୍ଥଳରେ ରେସ୍କ୍ୟୁ ଅପରେଶନ୍ ଜାରି ରହିଛି । ମୃତକମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।
ସୂଚନା ମୁତାବକ କାରଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା ।
ଏ ନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଭିନ୍ଦର ସିଂ ସୁଖୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ଶେୟାର କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।