fbpx

ପନ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ଉତ୍ତରାଖଣ୍ଡ ଘଟଣାକୁ ଠିକଭାବରେ ଭୁଲି ନାହାନ୍ତି ମଧ୍ୟପ୍ରଦେଶ ପନ୍ନା ଅଞ୍ଚଳର ବାସିନ୍ଦା । ଏବେ ଆଉ ଏକ ଦୁଃଖଦ ଘଟଣା ପୁଣି ସାମନାକୁ ଆସିଛି । ପନ୍ନା ଅଞ୍ଚଳର ଏକ ବୋଲେରୋ ଏବଂ ଅଲ୍ଟୋ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପନ୍ନାର ବୃଜପୁରା ଥାନା ଅନ୍ତର୍ଗତ ମଝଗୱାରେ ଘଟିଛି ଏଭଳି ଘଟଣା । ଦ୍ରୁତ ଗତିରେ ଏକ ଯାଉଥିବା ଏକ ବୋଲେରୋ ଏବଂ ଅଲ୍ଟୋ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଏମାନଙ୍କ ବ୍ୟତୀତ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ କେତେ ଜଣ ଆହତ ହୋଇଛନ୍ତି ସେ ନେଇ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

Get real time updates directly on you device, subscribe now.