fbpx

Whatsappରେ ଭଏସ ମେସେଜ ପାଇଁ ଆସିଲା ୬ ନୂଆ ଫିଚର, ଆହୁରି ସହଜ ହେବ ଚ୍ୟାଟିଂ, ଜାଣନ୍ତୁ…

ସୋସିଆଲ ମିଡିଆ ମେସେଜ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏହାର ଭଏସ ମେସେଜ ଫିଚରକୁ ଅପଗ୍ରେଡ କରିଛି । ନୂଆ ଅପଗ୍ରେଡ ଦ୍ୱାରା ଆପରେ ଅନେକ ଖାସ୍ ଏବଂ ନୂଆ ଫିଚର୍ସ ଦେଖିବାକୁ ମିଳିବ । ଭାଷା ଜରିଆରେ ଭାବନା ପ୍ରକାଶ କରିବା ଟେକ୍ସଟ ମେସେଜ ଅପେକ୍ଷା ଅଧିକ ସ୍ୱାଭାବିକ ହୋଇଥାଏ ଏବଂ ଅନେକ ସ୍ଥିତିରେ ଭଏସ ମେସେଜ ହ୍ୱାଟ୍ସଆପ୍ ରେ କମ୍ୟୁନିକେସନର ସବୁଠୁ ଭଲ ମାଧ୍ୟମ । ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପ ର ନୂଆ ୬ ଫିଚର୍ସ:

ଆଉଟ ଅଫ୍ ଚ୍ୟାଟ୍ ପ୍ଲେବ୍ୟାକ୍: ଏହି ଫିଚର ଦ୍ୱାରା ଯଦି ଆପଣ କାହାର ଚ୍ୟାଟ୍ ରେ ଭଏସ ମେସେଜ ଶୁଣୁଛନ୍ତି ତେବେ ଆପଣ ସେହି ବ୍ୟକ୍ତଙ୍କ ଚ୍ୟାଟରୁ ବାହାରିବା ପରେ ମଧ୍ୟ ଭଏସ ମେସେଜ ଶୁଣିପାରିବେ । ଫଳରେ ଆପଣ ଏହି ସମୟରେ ଅନ୍ୟ ଚ୍ୟାଟଗୁଡ଼ିକୁ ମଧ୍ୟ ପଢ଼ିପାରିବେ କିମ୍ବା ରିପ୍ଲାଇ ଦେଇପାରିବେ ।

ପଜ୍/ରିଜ୍ୟୁମ ରେକର୍ଡିଂ: ଭଏସ ମେସେଜ ରେକର୍ଡ କରୁଥିବା ସମୟରେ ଯଦି କୌଣସି ଅସୁବିଧା ହେଉଛି ତେବେ ଆପଣ ଏହି ରେକର୍ଡିଂକୁ ପଜ୍ କିମ୍ବା ରିଜ୍ୟୁମ କରିପାରିବେ ।

ୱେଭଫର୍ମ ଭିଜୁଆଲାଇଜେସନ: ରେକର୍ଡିଂ ଶୁଣୁଥିବାବେଳେ ଆପଣ ରେକର୍ଡିଂରେ ଭଲସ ଅନୁସାରେ ସାଉଣ୍ଡର ଭିସୁଆଲଜେସନ ଦେଖିପାରିବେ ।

ଡ୍ରାଫ୍ଟ ପ୍ରିଭ୍ୟୁ: ଭଏସ ମେସେଜକୁ ପଠାଇବା ପୂର୍ବରୁ ଏହାକୁ ଶୁଣିପାରିବେ ।

ରିମେମ୍ବର ପ୍ଲେବ୍ୟାକ୍: ଭଏସ ମେସେଜ ରେକର୍ଡ କରୁଥିବା ସମୟରେ ଯଦି ଆପଣ ଏହାକୁ ପଜ୍ କରିଦେଉଛନ୍ତି ଏବଂ ଆପଣ ଏହାକୁ ଯେଉଁଠାରେ ଛାଡ଼ିଛନ୍ତି ତାହା ମଧ୍ୟ ଦେଖିପାରିବେ ।

ଫାଷ୍ଟ ପ୍ଲେବ୍ୟାକ୍ ଅନ୍ ଫରୱାର୍ଡ ମେସେଜ: ଭଏସ ମେସେଜକୁ ୧.୫ଏକ୍ସ କିମ୍ବା ୨ ଏକ୍ସ ସ୍ପିଡରେ ଶୁଣିପାରିବେ । ଫଳରେ ମେସେଜକୁ ସ୍ପିଡରେ ଶୁଣିପାରିବେ ।

Get real time updates directly on you device, subscribe now.