fbpx

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୬ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଅନନ୍ତନାଗ ଓ କୁଲଗାମ୍ ରେ ବୁଧବାର ଦିନ ଦୁଇଟି ଅଲଗା ଅଲଗା ସ୍ଥାନରେ ନକାଉଣ୍ଟର୍ ହୋଇଛି । ଦୁଇଟି ପୃଥକ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିପାତ ହୋଇଛନ୍ତି । ଗୁରୁବାର ଦିନ ପୋଲିସ୍ ଏ ସମ୍ପର୍କରେ ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପାକିସ୍ତାନୀ ରହିଥିବା ବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି । ତେବେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ ଏନେଇ କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ତେବେ ସୁରକ୍ଷାବଳଙ୍କୁ କୁଲଗାମ୍ ଜିଲ୍ଲାର ମିରହମା ଅଞ୍ଚଳରେ ଆତଙ୍କବାଦୀ ଥିବା ଲୁଚି ରହିଥିବା ସମ୍ପର୍କରେ ଗୁପ୍ତ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାବଳ ପୂରା ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହି ସମୟରେ ଗୁଳି ମାଡ଼ ହୋଇଥିଲା ।

Get real time updates directly on you device, subscribe now.