fbpx

(Video) ଦୀପରେ ଢଳାହେବ ୬୦୦୦ ଲିଟର ଘିଅ: ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଓଡ଼ିଶାରେ ଜଳିବ ଏହି ବୃହତ୍ତମ ଦୀପ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଶ୍ୱବ୍ୟାପୀ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏହି ଉତ୍ସବରେ ଯୋଗଦେବା ପାଇଁ ଦେଶ, ବିଦେଶର ହଜାର ହଜାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନିକଟକୁ ପର୍ଯ୍ୟାୟକ୍ରମେ ନିମନ୍ତ୍ରଣ ପଠାଯାଉଛି ।

ତେବେ ଏହା ମଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ଦିବସକୁ ନେଇ ଆସିଛି ଏକ ବଡ଼ ଖବର । ଓଡ଼ିଶାରେ ଏକ ବୃହତ୍ତମ ଦୀପ ପ୍ରସ୍ତୁତ ହେଉଛି । ଏହି ଦୀପରେ ୬ ହଜାର ଲିଟର ଘିଅ ଢଳାହେବ । ରାମ ମନ୍ଦିର ପ୍ରତିଷ୍ଠା ଦିବସ ଦିନ ଏହି ବୃହତ୍ତମ ଦୀପ ଓଡ଼ିଶାରେ ଜଳିବ । ରାଉରକେଲାରେ ଏହି ବଡ଼ ଦୀପ ଜଳିବ ବୋଲି ଜଣାପଡ଼ିଛି । ଏହି ବିପୁଳ ମାତ୍ରାର ଘିଅ କଥା ଶୁଣିବା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ।

ତେବେ ଏହି ବୃହତ୍ତମ ଦୀପରେ ୧୫ ମିଟର ଲମ୍ବର ଏକ ବଳିତା ମଧ୍ୟ ବ୍ୟବହାର କରାଯିବ । ଏହା ନିଶ୍ଚିତ କେବଳ ରାଉରକେଲା ବାସୀ ନୁହେଁ, ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଖବର । ରାଉରକେଲା ବାସୀ ଏହାକୁ ଉପଭୋଗ କରିପାରିବେ । ସୂଚନା ଯୋଗ୍ୟ ଯେ, ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏଥିସହିତ ରାଜ୍ୟରେ ସେହିଦିନ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.