ପୁରୁଷ ବନ୍ଧୁ ସହ ମା’ କରୁଥିଲା ରାସଲୀଳା, ଦେଖିଦେଲା ଝିଅ… ପରେ ଝିଅ ସହ ଏମିତି କଲା ମା’
ଯେଉଁ ଝିଅର ଜନ୍ମଦିନ ପାଳନ କରିଥିଲେ ସେହି ଝିଅକୁ ହତ୍ୟା କରିବା ଘଟଣାର ସତ ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ଚକିତ ହୋଇଯାଇଛି।
ଉତ୍ତରପ୍ରଦେଶ: ମା’ ସାଜିଲା ଝିଅର ହତ୍ୟାକାରୀ। ପୁରୁଷ ବନ୍ଧୁ ସହ ମା’ କରୁଥିଲା ରାସଲୀଳା। ଝିଅ ଦେଖିଦେବାରୁ ପିଶାଚିନୀ ପାଲଟିଗଲା ମା’। ୬ ବର୍ଷର ଝିଅ ମା’କୁ ତା ପୁରୁଷ ବନ୍ଧୁ ସହ ଦେଖି ଦେଇଥିଲା। ବାପା ଆସିଲେ କହିଦେବି କହିବାରୁ ଝିଅକୁ ରାସ୍ତାରୁ ହଟାଇଦେଲା ମା’।
ଉତ୍ତରପ୍ରଦେଶର ଲକ୍ଷୌରେ ଝିଅକୁ ହତ୍ୟା କରିଥିବା ଅଭିଯୁକ୍ତ ମା’ ରୋଶନିକୁ ନେଇ ଏଭଳି ସତ ଏବେ ସାମ୍ନାକୁ ଆସିଛି। ଯେଉଁ ଝିଅର ଜନ୍ମଦିନ ପାଳନ କରିଥିଲେ ସେହି ଝିଅକୁ ହତ୍ୟା କରିବା ଘଟଣାର ସତ ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ଚକିତ ହୋଇଯାଇଛି।
୬ ବର୍ଷର ଝିଅ ସାୟନାରା ଉର୍ଫ ସୋନି ମା’ ରୋଶନୀଙ୍କୁ ସ୍ୱାମୀଙ୍କ ଅନୁପସ୍ଥିତିରେ ବୟଫ୍ରେଣ୍ଡ ସହ ସମ୍ପର୍କ ରଖୁଥିବାର ଦେଖିଥିଲେ। ସେହି ସମୟରେ ଝିଅ କହିଥିଲା ସେ ବାପାଙ୍କୁ ସବୁ କିଛି ଜଣାଇଦେବ। ମା’ ଝିଅକୁ ପ୍ରଥମେ ବୁଝାଇଥିଲା ଝିଅ ଗୋଟାଲ ଜିନଦିରେ ରହିବାରୁ ୬ବର୍ଷ ଝିଅର ଗଳା କାଟି ହତ୍ୟା କରିଥିଲା ମା’। ରୋଶନୀଙ୍କ ପୁରୁଷ ବନ୍ଧୁ ମଧ୍ୟ ଏହି ହତ୍ୟାରେ ସାମିଲ ହୋଇଥିଲେ। ହତ୍ୟା ପରେ ମୃତଦେହକୁ ବେଡ୍ରେ ରଖିଥିଲେ ରୋଶନୀ ଏବଂ ତାଙ୍କ ପୁରୁଷ ବନ୍ଧୁ।
ସେହି ବେଡ୍ରେ ବସି ହତ୍ୟା ପରେ ରୋଶନୀ ପୁରୁଷ ବନ୍ଧୁ ଉଦିତ ଜାୟସୱାଲ ସହ ମିଶି ପାର୍ଟି କରିବା ସହ ନିଶା ସେବନ କରିଥିଲେ। ପରେ ସେହିୂ ବେଡ୍ରେ ସେମାନେ ଶୋଇଥିଲେ। ଯେତେବେଳେ ମୃତଦେହରୁ ଦୃଗନ୍ଧ ବାହାରିଥିଲା ପରେ ମୃତଦେହକୁ ବାହାରକୁ କାଢ଼ି ଏସି ପାଖରେ ରଖିଥିଲା ରୋଶନୀ।
ମୃତଦେହରୁ ଯେପରି ଗନ୍ଧ ବାହାରକୁ ନବାହରିବ ସେଥିରେ ଢ଼େର ସାରା ପରଫ୍ରୁ୍ୟମ ମଧ୍ୟ ପକାଇଥିଲା ରୋଶନୀ। ଆଉ ଘରକୁ ଫିନାଇଲରେ ଧୋଇଥିଲା ରୋଶନୀ। ଏହା ପରେ ହତ୍ୟା ଘଟଣାରେ ସ୍ୱାମୀକୁ ଫସାଇବାକୁ ରୋଶନୀ ମଧ୍ୟ ଷଡ଼ଯନ୍ତ୍ର କରିଥିଲା।
ଏବଂ ପୋଲିସକୁ ଫୋନ୍ କରି କହିଥିଲେ କି ତାଙ୍କ ସ୍ୱାମୀ ଝିଅକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ହେଲେ ପୋଲିସକୁ ଭୁଆଁ ବୁଲାଉଥିବା ରୋଶନୀ ପୋଲିସ ହାତରେ ଧରାପଡ଼ିଯାଇଥିଲା। ପୋଲିସ ଯେତେବେଳେ ମୃତଦେହ ଦେଖିଥିଲା ହତ୍ୟା ବହୁ ପୂର୍ବରୁ ହୋଇଥିବା ସନ୍ଦେହ କରିଥିଲା। ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠା ଯାଇଥିଲା। ଶବବ୍ୟବଚ୍ଛେଦ ରିପୋର୍ଟରୁ ଖୁଲାସା ହୋଇଥିଲା କି ୩୬ ଘଣ୍ଟା ପୂର୍ବରୁ ହତ୍ୟା କରାଯାଇଛି।
ଏହାପରେ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଥିଲା ପୋଲିସ୍ । ସେମାନେ ଶାହରୁଖଙ୍କ ତଥ୍ୟ ମଧ୍ୟ ପାଇଥିଲେ। ଜଣାପଡିଥିଲା ଯେ ଝିଅକୁ ହତ୍ୟା କରାଯିବା ସମୟରେ ଶାହରୁଖ ତାଙ୍କ ଭଉଣୀଙ୍କ ଘରେ ଥିଲେ। କେବଳ ଏତିକି ନୁହେଁ, ହତ୍ୟାକାଣ୍ଡ ଚତୁର୍ଥ ମହଲାରେ ହୋଇଥିଲା। ଯେତେବେଳେ ଶାହରୁଖ ସେଠାକୁ ଆଦୌ ଆସି ନଥିଲେ। ପୋଲିସ ରୋଶନି ଏବଂ ତାଙ୍କ ପ୍ରେମିକ ଉଦିତଙ୍କୁ ହତ୍ୟା ଘଟଣାରେ ଗିରଫ କରିଥିଲା।
ପୋଲିସ ପଚରାଉଚରା ସମୟରେ ରୋଶନିଙ୍କ ପ୍ରେମିକ ଉଦିତ ଜୟସୱାଲ ଭାଙ୍ଗି ପଡ଼ିଥିଲେ। ସେ ଯାହା କହିଥିଲେ ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ରୋଶନି ଝିଅକୁ ହତ୍ୟା କରିଛି। ଏବଂ ମୁଁ ତାଙ୍କୁ ସମର୍ଥନ କରିଥିଲି। ଶନିବାର ରାତିରେ ସୋନି ଆମ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା। ଏହା ପରେ, ସେ କହୁଥିଲା ଯେ ସେ ତାଙ୍କ ବାପାଙ୍କୁ ସବୁକିଛି କହିବ।
ମୁଁ ଏ ବିଷୟରେ ବହୁତ ବୁଝାଇବାକୁ ଚେଷ୍ଟା କଲି, କିନ୍ତୁ ସେ ଶୁଣି ନଥିଲେ। ଯାହା ଯୋଗୁଁ, ସେ ରାଗରେ ତାଙ୍କୁ ପିଟିଥିଲେ। ଯେତେବେଳେ ସେ ଚିତ୍କାର କରିବାକୁ ଲାଗିଲେ, ରୋଶନି ଝିଅକୁ ଗଳାକାଟି ହତ୍ୟା କରିଥିଲା। ତା’ପରେ ସେ ଶବକୁ ବେଡ୍ ବାକ୍ସରେ ରଖିଲେ।