fbpx

(Video) ମିଳିଲା ଶୁଭ ସଙ୍କେତ, କଳିଯୁଗରେ ଫୁଟିଲା ୬୦ ଫୁଟର ବିରଳ ତୁଳସୀ ଗଛ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପୃଥିବୀ ପୃଷ୍ଠରେ କିଛି ଅଲୌକିକ ଶକ୍ତିର ଝଲକ ଦେଖିବାକୁ ମିଳିଥାଏ । କିଛି ଅସାଧାରଣ ବୃକ୍ଷରେ ଦୈବୀଶକ୍ତି ନିହିତ ଥିବା ନେଇ ଲୋକମାନେ ଆଶଙ୍କା ପ୍ରକାଶ କରିଥାନ୍ତି । ତେବେ ନିକଟରେ ଏଭଳି ଏକ ବୃକ୍ଷ ଦେଖିବାକୁ ମିଳିଛି ସାଲେପୁର ବ୍ଲକ ପୁଣ୍ୟତୋୟା ଚୁତ୍ରୋତ୍ପଳା ଓ ଗୁପ୍ତ ଗଙ୍ଗା ପଠାର ବାଲିସାହି ଗାଁରେ । ଏହି ଗଛଟି ହେଉଛି ସତ୍ୟ ଯୁଗର ତୁଳସୀ ଗଛ ଓ ଏହାର ଉଚ୍ଚତା ୬୦ ଫୁଟ ହେବ ।

ସାଧାରଣ ତୁଳସୀ ଗଛର ଉଚ୍ଚତା ୪ ଫୁଟ ମଧ୍ୟରେ ରହିଥିବା ବେଳେ ଏହି ତୁଳସୀ ଗଛର ଉଚ୍ଚତାକୁ ଦେଖିଲେ ଆଖି ପାଉନାହିଁ । ଏହି ଅସାଧାରଣ ତୁଳସୀ ଗଛଟି କାହିଁ କେତେ ପୁରୁଣା କାଳରୁ ରହି ଆସିଛି । ଏହା ସତ୍ୟ ଯୁଗର ତୁଳସୀ ଗଛ ବୋଲି କୁହାଯାଉଛି । ତେବେ କଳିଯୁଗ ଗଲା ପରେ ହିଁ ଏହି ବୃକ୍ଷର ପତ୍ର ତୁଳସୀ ପତ୍ର ପରି ଚହଟି ବାସ୍ନା ହେବ ବୋଲି ଲୋକମାନେ କହୁଛନ୍ତି । ଏହି ବୃକ୍ଷର ପତ୍ର ଅବିକଳ ତୁଳସୀ ପତ୍ର ଭଳି । ମାତ୍ର ଏହାର ବାସ୍ନା ଆଦୌ ନାହିଁ । ଏହି ବୃକ୍ଷକୁ ଦେଖିବାକୁ ବହୁ ଦୂରଦୂରାନ୍ତରୁ ସାଧୁସନ୍ଥମାନେ ଧାଇଁ ଆସିଥାନ୍ତି ।

ଏହି ଗଛରୁ ପତ୍ର ନିଆଯାଇ ଶ୍ରୀମନ୍ଦିରରେ ପୂଜା କରାଯାଏ । ଏହି ବୃକ୍ଷକୁ ସାପ ଜଗି ରହିଥାଏ ବୋଲି ଲୋକେ କହୁଛନ୍ତି । ଏହା ହେଉଛି ସତ୍ୟ ଯୁଗର ଗଙ୍ଗା ତୁଳସୀ । ଯଦି କେହି ଏହି ବୃକ୍ଷକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରେ ତେବେ ସାପ ତାକୁ ମାରିବାକୁ ଗୋଡ଼ାଇଥାଏ । ଏହି ଗଛର ଡାଳକୁ କେହି ବ୍ୟବହାର କଲେ ତାଙ୍କର ବହୁତ ସମସ୍ୟା ସୃଷ୍ଟି ହୁଏ । ସେଥିପାଇଁ ଲୋକମାନେ ଏହି ବୃକ୍ଷକୁ ପୂଜା କରିଥାନ୍ତି । ମାଳିକା ସ୍ରଷ୍ଟ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ମଧ୍ୟ ଏହି ଗୁପ୍ତ ଗଙ୍ଗା ଚିତ୍ରୋତ୍ପଳା ନଦୀ ପାଖରେ ରହିଛି । ଚିତ୍ରୋତ୍ପଳା ନଦୀ କଡ଼ରେ ବହୁ ପୁରାତନ ମନ୍ଦିର ସହିତ ବହୁ ମାଳିକା ବର୍ଣ୍ଣିତ ପୀଠ ଥିବାରୁ ସ୍ଥାନୀୟ ଲୋକଙ୍କର ବିଶ୍ୱାସ ଅଧିକ ଶକ୍ତ ହୋଇଛି ।

Get real time updates directly on you device, subscribe now.