fbpx
BJD SKY
BJD SKY

(Video) ଆତଙ୍କୀ ଆକ୍ରମଣରେ ୬୦ ଲୋକଙ୍କ ମୃତ୍ୟୁ: କନସର୍ଟ ହଲରେ ପଶି ଆଖିବୁଜା ଗୁଳିମାଡ଼ କଲେ ଆତଙ୍କବାଦୀ

BJD

ନୂଆଦିଲ୍ଲୀ: ମସ୍କୋରେ ଭୟଙ୍କର ଆତଙ୍କୀ ଆକ୍ରମଣ ଦେଖିବାକୁ ମିଳିଛି । ଋଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ପଶି ଅଚାନକ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୟୁନିଫର୍ମ ପିନ୍ଧି ଆସିଥିବା ଏହି ଆତଙ୍କବାଦୀ ଏହି ସପିଙ୍ଗ ମଲରେ ଭୟାନକ ତାଣ୍ଡବ ରଚିଛନ୍ତି । ଏହି ଗୁଳିକାଣ୍ଡରେ ପ୍ରାୟ ୬୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହାବ୍ୟତୀତ ୧୪୫ ଜଣ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି ।

ତେବେ ଏହି ଘଟଣାରେ ୪ ରୁ ୫ ଜଣ ଆତଙ୍କବାଦୀ ଅଚାନକ ହଲରେ ପଶି ଗୁଳିମାଡ଼ କରିଥିବା ସୂଚନା ମିଳିଛି । ତେବେ ସିଆଇଏ ଏଭଳି ଏକ ଆକ୍ରମଣ କରାଇଥିବା ଋଷ ସନ୍ଦେହ କରୁଛି । ଏହି ଘଟଣାର କିଛି ଦୃଶ୍ୟ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ମସ୍କୋର କ୍ରୋକସ ସିଟି ହଲରେ ଏଭଳି ଆତଙ୍କବାଦୀ ଆକ୍ରମଣ କରାଯାଇଛି । ତେବେ ଘଟଣାସ୍ଥଳରେ ଗଭର୍ଣ୍ଣର ଆଣ୍ଡ୍ରେ ଭୋରୋବ୍ୟୋଭଙ୍କ ନେତୃତ୍ୱରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ୭୦ଟି ଆମ୍ବୁଲାନ୍ସ ଏବଂ ମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି ମାମଲାର ସମାଧାନ ପାଇଁ ଘଟଣାସ୍ଥଳରେ ସ୍ପେଟନାଜ ଏବଂ ପୋଲିସ ୟୁନିଟ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ୩ ଜଣ ଲୋକ ଅଚାନକ ଏହି ହଲରେ ପହଞ୍ଚି ଅତର୍କିତ ଗୁଳିମାଡ଼ କରିଥିଲେ । ଏହାସହିତ ବୋମା ଫିଙ୍ଗିଥିବା ମଧ୍ୟ ଜାଣିବାକୁ ମିଳିଛି । ତେବେ ପ୍ରତ୍ୟେକ ବ୍ୟକ୍ତି ୟୁନିଫର୍ମରେ ଥିବା ନେଇ ସୂଚନା ଦେଇଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକେ । ଜରୁରୀକାଳୀନ ସେବାଗୁଡିକ କ୍ରୋକସ୍ ସିଟି ହଲରୁ ବ୍ୟକ୍ତିବିଶେଷଙ୍କୁ ସ୍ଥାନାନ୍ତର କରିବା ଉପରେ ଧ୍ୟାନ ଦେଇଥିଲେ । ମସ୍କୋ ଅଞ୍ଚଳର ଶାଖା ଅନୁଯାୟୀ ୧୦୦ ଜଣ ଲୋକ ତଳ ମହଲାରୁ ସ୍ଥାନାନ୍ତର ହୋଇସାରିଛନ୍ତି ।

Get real time updates directly on you device, subscribe now.