fbpx

ଇତିହାସ ରଚିଲେ ବିରାଟ: ପ୍ରଥମ ଭାରତୀୟ ଭାବେ ଟି-୨୦ରେ ପୂରଣ କଲେ ୧୨ ହଜାର ରନ୍

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଉଦଘାଟନୀ ମ୍ୟାଚରେ ଚେନ୍ନଇ ସୁପର କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରଙ୍କୁ ଭେଟିଥିଲେ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୧୭୩ ରନ୍ ସଂଗ୍ରହ କରିଥିଲା । ତେବେ ଏହି ମ୍ୟାଚରେ ଓପନିଂ କରିବାକୁ ଯାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ମାତ୍ର ୨୧ ରନ୍ କରି ପାଭିଲିୟନ ଫେରିଥିଲେ । ଏହି ଛୋଟ ଇନିଂସ ବଳରେ ଆଜି ବିରାଟ ଏକ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ ।

ପ୍ରଥମ ଭାରତୀୟ ଭାବେ ଟି-୨୦ରେ ବିରାଟ ୧୨ ହଜାର ରନ୍ ପୂରଣ କରିଛନ୍ତି । ଏଥିସହିତ ୧୨ ହଜାର ରନ ପୂରଣ କରିବାରେ ବିରାଟ ଷଷ୍ଠ ଭାରତୀୟ ହୋଇପାରିଛନ୍ତି । ବିରାଟଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର କ୍ରିସ ଗେଲ (୧୪,୫୬୨ ରନ୍) ପ୍ରଥମ, ପାକିସ୍ତାନର ଶୋଏବ ମଲିକ (୧୩,୩୬୦ ରନ୍) ଦ୍ୱିତୀୟ, ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ (୧୨,୯୦୦ ରନ୍) ତୃତୀୟ, ଇଂଲଣ୍ଡର ଆଲେକ୍ସ ହେଲ୍ସ (୧୨,୩୧୯ ରନ୍) ଚତୁର୍ଥ ଓ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର (୧୨,୦୬୫ ରନ୍) ପଞ୍ଚମ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ପୂର୍ବରୁ ବିରାଟ ୩୭୬ଟି ମ୍ୟାଚରେ ୧୧,୯୯୪ ରନ୍ ସଂଗ୍ରହ କରିଥିବା ବେଳେ ଆଜିର ମ୍ୟାଚ ପରେ ତାଙ୍କର ମୋଟ ସ୍କୋର ୧୨,୦୧୫ରେ ପହଞ୍ଚିଯାଇଛି ।

Get real time updates directly on you device, subscribe now.