fbpx

୪ ବର୍ଷ ଶିଶୁ ପେଟରୁ ବାହାରିଲା ୬୧ଟି କାଚ ବାଟି; ଏକ୍ସ-ରେ ଦେଖି ବେହୋସ ହେଲେ ବାପା ମା’

ନୂଆଦିଲ୍ଲୀ: ଛୋଟ ଛୋଟ ପିଲାମାନେ ଅଜ୍ଞାନ ହୋଇଥିବାରୁ ହାତରେ ଯାହା ପାଆନ୍ତି ପାଟିରେ ପୂରାଇ ଦିଅନ୍ତି । ଏଭଳି ଜିନିଷ ପିଲାମାନେ ଅଜାଣତରେ ଗିଳି ଦେଇଥାଆନ୍ତି । ପରେ ପିଲାମାନଙ୍କର ପେଟ ଯନ୍ତ୍ରଣା ହୁଏ ଏବଂ ତାଙ୍କର ବାପା ମା’ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରନ୍ତି । ପରେ ଡାକ୍ତରମାନେ ଅପରେସନ କରି ପେଟ ଯନ୍ତ୍ରଣା ହେବାର ଏପରି କାରଣ ଖୋଜି ବାହାର କରନ୍ତି ଯେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହି କ୍ରମରେ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଚାରି ବର୍ଷର ଛୋଟ ଝିଅ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରେ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଥିଲା । ଏବଂ ଯେତେବେଳେ ଏକ୍ସ-ରେ ରିପୋର୍ଟ ଆସିଥିଲା ତାକୁ ଦେଖି ଝିଅଟିର ବାପା ମା’ ବେହୋସ ହୋଇ ଯାଇଥିଲେ ।

ଏଭଳିି ଘଟଣା ଚୀନର ଏକ ସହରରୁ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ଚାରି ବର୍ଷର ଝିଅ ଜାଣିଶୁଣି ଏହି ଚୁମ୍ବକୀୟ କାଚ ବାଟିକୁ ଗିଳି ଦେଇଥିଲା । ଏହି କାଚ ବାଟି ଗୁଡ଼ିକ ଛୋଟ ମୋତି ସହିତ ସମାନ ଥିଲା ଏବଂ ଝିଅଟି ଗୋଟିଏ ପରେ ଗୋଟିଏ କାଚ ବାଟିକୁ ଗିଳି ଦେଇଥିଲା । ଅଭିଭାବକମାନଙ୍କୁ ଏ ବିଷୟରେ କୌଣସି ଖବର ନଥିଲା । କିଛି ଦିନ ପରେ ଝିିଅଟି ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । ପ୍ରାୟ ଏକ ମାସ ବ୍ୟବଧାନ ପରେ ଝିଅକୁ ଡାକ୍ତରଙ୍କ ନିକଟକୁ ନିଆ ଯାଇଥିଲା । ଡାକ୍ତରମାନେ ଏକ୍ସ-ରେ କରିଥିଲେ ଏବଂ ଯେତେବେଳେ ଏକ୍ସ-ରେ ରିପୋର୍ଟ ଆସିଥିଲା, ସେତେବେଳେ ଝିଅର ବାପା ମା’ ଆଶ୍ଚର୍ଯ୍ୟ ହୋଇଥିଲେ । ଡାକ୍ତରମାନେ କହିଥିଲେ ଯେ ଝିଅର ପେଟରେ ଛୋଟ କାଚ ବାଟି ଅଛି ଏବଂ ସେଗୁଡ଼ିକର ସଂଖ୍ୟା ବହୁତ ଅଧିକ ।

ଏହା ପରେ ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା । ଅବସ୍ଥା ଏପରି ହୋଇଯାଇଥିଲା ଯେ ଏହି କାରଣରୁ ଶିଶୁର ଅନ୍ତନଳୀରେ ଏକ ଡଜନରୁ ଅଧିକ କଣା କରାଯାଇଥିଲା । ଯଦି ଅସ୍ତ୍ରୋପଚାରରେ ବିଳମ୍ବ ହୋଇଥାନ୍ତା, ତେବେ ଝିଅର ଜୀବନ ଯାଇଥାନ୍ତା ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି । ଡାକ୍ତରମାନେ ଝିଅର ପେଟରୁ ୬୧ଟି ଚୁମ୍ବକୀୟ କାଚ ବାଟି ବାହାର କରିଛନ୍ତି ବୋଲି ଜଣା ପଡ଼ିଛି । ୩ ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ପରେ ଝିଅଟି ବିପଦରୁ ବାହାରିଥିଲା ।

Get real time updates directly on you device, subscribe now.