fbpx

ମହିଳା ଆଇପିଏଲ ମିଡିଆ ରାଇଟ୍ସ ପାଇଁ ଟେଣ୍ଡର ଜାରୀ କଲା BCCI

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମହିଳା ଆଇପିଏଲ୍‌ର ୨୦୨୩ରୁ ୨୦୨୭ ସିଜନ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ପାଇଁ ଟେଣ୍ଡର ଜାରି କରିଛି । ବିସିସିଆଇ ଶୁକ୍ରବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଟେଣ୍ଡର ଫର୍ମ କିଣାଯାଇ ପାରିବ । ବିସିସିଆଇ ସଚିବ ଜୟ ଶାହା ଏକ ମିଡିଆ ବିବୃତ୍ତିରେ କହିଛନ୍ତି ଯେ, ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ମହିଳା ଆଇପିଏଲ୍ ସିଜନ୍ ୨୦୨୩-୨୦୨୭ ପାଇଁ ମିଡିଆ ଅଧିକାର ସୁରକ୍ଷିତ ରଖିବା ପାଇଁ ଖ୍ୟାତିସମ୍ପନ୍ନ ସଂସ୍ଥାଗୁଡ଼ିକର ବିଡ୍ ଆମନ୍ତ୍ରଣ କରିଛି ।

କିପରି ମିଡିଆ ରାଇଟ୍ସ ନିଲାମ ହେବ?
ସିଲ୍ ହୋଇଥିବା ଏନଭଲ୍ସ ମାଧ୍ୟମରେ ଗୋଟିଏ ବିଡିଂ କରାଯିବ ନା ଇ-ନିଲାମ ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ । ଇ-ନିଲାମ ମାଧ୍ୟମରେ ପୁରୁଷ ଆଇପିଏଲର ମିଡିଆ ଅଧିକାର ବିକ୍ରି ହୋଇଥିଲା । ଏଥିରେ କ୍ରମାଗତ ଭାବରେ ବିଡ୍ ବୃଦ୍ଧି ହେଉଥିଲା ।

ଫର୍ମର ମୂଲ୍ୟ ହେଉଛି ପାଞ୍ଚ ଲକ୍ଷ ଟଙ୍କା ।
ଟେଣ୍ଡର (ଆଇଟିଟି) ବିଡ୍ ଡକ୍ୟୁମେଣ୍ଟ୍ ର ମୂଲ୍ୟ ହେଉଛି ୫ ଲକ୍ଷ ଟଙ୍କା । ଏହା ବ୍ୟତୀତ ଏଥିରେ ଟ୍ୟାକ୍ସ ପରିମାଣ ମଧ୍ୟ ଯୋଗ କରାଯିବ । ବିଡ୍ ଦାଖଲ କରିବାକୁ ଚାହୁଁଥିବା କୌଣସି ଦଳ ଏହି ଫର୍ମ କିଣିବା ଆବଶ୍ୟକ । କେବଳ ଯେଉଁମାନେ ଆଇଟିଟିରେ ଧାର୍ଯ୍ୟ ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି ସେମାନେ ବିଡ୍ କରିବାକୁ ଯୋଗ୍ୟ ହେବେ ।

Get real time updates directly on you device, subscribe now.