fbpx

PNBରେ ଆକାଉଣ୍ଟ ଥିବା ଲୋକଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା ! ଜାଣନ୍ତୁ କିପରି କରିବେ ଆବେଦନ

ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର । ପିଏନବିରେ ଯଦି ଆକାଉଣ୍ଟ ଖୋଲନ୍ତି, ତେବେ ଆପଣଙ୍କୁ ୨୦ ଲକ୍ଷ ଟଙ୍କା ଲାଭ ପାଇବେ । କିନ୍ତୁ ଏହି ଫାଇଦା କିଛି ଖାସ୍ ଗ୍ରାହକଙ୍କୁ ମିଳିବ । ଆସନ୍ତୁ ଜାଣିବା କାହାକୁ ଏହି ଟଙ୍କା ମିଳିବ…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦ୍ୱାରା ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି । ଯଦି ଆପଣ ମଧ୍ୟ ୨୦ ଲକ୍ଷର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ବ୍ୟାଙ୍କରେ ମାଇଁ ସାଲାରୀ ଆକାଉଣ୍ଟ ଖୋଲିବାକୁ ପଡିବ ।

ଏହା ବ୍ୟତୀତ ଏହି ଆକାଉଣ୍ଟ ଖୋଲିବା ସମୟରେ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ପ୍ରଦାନ ଦେଇଥାଏ, ଯାହା ମାଧ୍ୟମରେ ଆପଣ ନିଜ ଆକାଉଣ୍ଟରୁ ଅଧିକ ଟଙ୍କା ଉଠାଇ ପାରିବେ ।

ଯଦି ଆପଣ ଏହି ବେତନ ଆକାଉଣ୍ଟକୁ ବ୍ୟାଙ୍କରେ ଖୋଲନ୍ତି, ତେବେ ଆପଣଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଦୁର୍ଘଟଣା କଭରର ସୁବିଧା ମିଳିବ । ଅର୍ଥାତ୍ ଯଦି କୌଣସି ଆକାଉଣ୍ଟଧାରୀ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କାର କଭର ମିଳିଥାଏ ।

ଯଦି ଆପଣଙ୍କର ଦରମା ୧୦ ରୁ ୨୫ ହଜାର ମଧ୍ୟରେ ଅଛି, ତେବେ ଆପଣ ଏକ ସିଲଭର ଆକାଉଣ୍ଟ । ଏଥିରେ ଆପଣଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ମିଳିବ । ଅନ୍ୟପଟେ ଯେଉଁମାନଙ୍କର ଦରମା ୨୫ ରୁ ୭୫ ହଜାର ମଧ୍ୟରେ ରହିଛି, ସେମାନଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ମିଳିଥାଏ ।

ଯଦି ଆପଣଙ୍କର ମାସିକ ଦରମା ୭୫,୦୦୦ ରୁ ୧.୫ ଲକ୍ଷ ମଧ୍ୟରେ ରହିଛି, ତେବେ ଆପଣଙ୍କୁ ୨.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ଓଭରଡ୍ରାଫ୍ଟ ସୁବିଧା ମିଳିବ । ୧୫୦,୦୦୧ ରୁ ଅଧିକ ବେତନ ସହିତ ଆପଣ ଏକ ପ୍ଲାଟିନମ୍ ଆକାଉଣ୍ଟ୍ ଖୋଲିପାରିବେ ଏବଂ ଆପଣ ୩ ଲକ୍ଷ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ପାଇପାରିବେ ।

Get real time updates directly on you device, subscribe now.