fbpx

ଏକତରଫା ପ୍ରେମ ପାଇଁ ଲୁଟିଥିଲେ ୬୨ ମୋବାଇଲ୍; ଦେଖା କରିବାକୁ ଡ଼ାକି ଧରାଇଦେଲେ ଯୁବତୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜଣେ ମୋବାଇଲ୍ ଲୁଟେରାକୁ ଧରାପକାଇ ଦେଲା ଏକତରଫା ପ୍ରେମ। ଘଟଣାଟି ପୁଣି ରାଜଧାନୀର ଉପକଣ୍ଠ ବାରଙ୍ଗ ଅଞ୍ଚଳରେ। ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ବାରଙ୍ଗ ଥାନା ପୋଲିସ। ସୂଚନା ଅନୁସାରେ ମୋବାଇଲ୍ ଲୁଟେରାଜଣକ ଜଣେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲା। ମଝିରେ ମଝିରେ ସେ ଯୁବତୀଙ୍କୁ ଫୋନ୍ କରି ହଇରାଣ କରୁଥିଲା। ତେଣୁ ଯୁବତୀଜଣକ ତା’ ନମ୍ବରକୁ ବ୍ଲକ୍ କରିଦେଇଥିଲେ।

ହେଲେ ସେ ଯୁବତୀଙ୍କୁ ପୁଣି ଏକ ଅଲଗା ନମ୍ବରରୁ ଫୋନ୍ କରିଥିଲା। ଯୁବତୀଜଣକ ଫୋନ୍ ଉଠାଇବା ପରେ ଜାଣି ପାରିଲେ ଯେ ତାଙ୍କୁ ଏକତରଫା ପ୍ରେମ କରୁଥିବା ରସିକ ପ୍ରବର କଲ୍ କରିଛି ସେ ଫୋନ୍ କାଟିଦେବାକୁ ବସିଥିଲେ। କିନ୍ତୁ ହଠାତ୍ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଆସିଲା। ସେ ତା’ ସହିତ କଥା ହେବା ଜାରି ରଖିଲେ ସେପଟୁ ଅଭିଯୁକ୍ତ ଖୁସି ହୋଇ ତାଙ୍କୁ ଦେଖା କରିବାକୁ ତ୍ରିଶୁଳିଆ ବଜାରକୁ ଡାକିଲା। ଯୁବତୀ ମଧ୍ୟ ରାଜି ହୋଇଗଲେ କିନ୍ତୁ ଯୁବତୀ ତାଙ୍କ ଭାଇଙ୍କୁ ନେଇ ତ୍ରିଶୁଳିଆ ବଜାରକୁ ଯାଇଥିଲେ।

ଯୁବତୀଙ୍କ ସହ ଭାଇଙ୍କୁ ଦେଖି ଅଭିଯୁକ୍ତ ଛତ୍ରଭଙ୍ଗ ଦେଇ ଦୌଡ଼ିବାକୁ ଲାଗିଲା କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋଡ଼ାଇ ଗୋଡ଼ାଇ କାବୁ କଲେ ଯୁବତାଙ୍କ ଭାଇ। ବହେ ବାଡେଇବା ପରେ ତାକୁ ପୋଲିସ ଜିମା ଦିଆଯାଇଛି। ତାର ମୋବାଇଲ୍ ଯାଞ୍ଚ ବେଳେ ଜଣାପଡ଼ିଲା ଯେ ଅଭିଯୁକ୍ତ ୨ ଦିନ ପୂର୍ବେ ବାରଙ୍ଗ ଅଟୋଷ୍ଟାଲ୍‌ରୁ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍ ଛଡ଼ାଇ ଫେରାର୍ ହୋଇଯାଇଥିଲା। ଏକତରଫା ଭାବେ ପ୍ରେମ କରୁଥିବା ଯୁବତୀଙ୍କୁ କଲ୍ କରିବାକୁ ୬୨ ମୋବାଇଲ୍ ଚୋରି କରିଥିଲା ବୋଲି ମାନିଯାଇଛି।

Get real time updates directly on you device, subscribe now.