fbpx

ଆଜି ରାଜ୍ୟରେ ୬୫ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ନଅଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼ରୁ ୧୦ ଜଣ, ସୁନ୍ଦରଗଡ଼ରୁ ୭ ଜଣ, ପୁରୀରୁ ୬ ଜଣ, ନବରଙ୍ଗପୁରରୁ ୪ ଜଣ, ଗଜପତିରୁ ୩ ଜଣ, ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.