fbpx

ଆସିବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍, ଲିଡ୍ ରୋଲରେ ଏହି ହିରୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ନିର୍ମିତ ହେଉଛି । ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ସାଙ୍ଗକୁ ସଫଳ ଅଧିନାୟକ ହିସାବରେ ସୌରଭଙ୍କ ବେଶ୍ ଖ୍ୟାତି ରହିଛି । ତେବେ ତାଙ୍କ ଜୀବନ ଉପରେ ନିର୍ମାଣ ହେବାକୁ ଥିବା ବାୟୋପିକକୁ ସିଗନାଲ ମିଳିସାରିଛି । ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ, ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ, ମେରି କମ, ମିଲଖା ସିଂହଙ୍କ ଉପରେ ବାୟୋପିକ୍ ନିର୍ମିତ ହୋଇସାରିଛି ।

ଜଣାପଡ଼ିଛି ଯେ, ସୌରଭ ଏହି ବାୟୋପିକ୍ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମାତ୍ର ଏହି ଫିଲ୍ମରେ ସୌରଭଙ୍କ ଭୂମିକାରେ କିଏ ଅବତୀର୍ଣ୍ଣ ହେବେ ସେନେଇ କିଛି ଚୂଡ଼ାନ୍ତ ହୋଇନାହିଁ । ରଣବୀର କପୁର ଗାଙ୍ଗୁଲିଙ୍କ ଚରିତ୍ରରେ ନଜର ଆସିବା ନେଇ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ ସୌରଭ କହିଥିଲେ ଯେ, ହ୍ରିତିଶ ରୋଶନ ହେଉଛନ୍ତି ତାଙ୍କର ଫେଭରାଇଟ୍ ଆକ୍ଟର । ତେଣୁ କିଏ ଗାଙ୍ଗୁଲିଙ୍କ ଚରିତ୍ର ସୁଚାରୁରୂପେ ନିଭାଇପାରିବ, ତାହା ଏପର୍ଯ୍ୟନ୍ତ ଫାଇନାଲ ହୋଇନଥିବା ଜଣାପଡ଼ିଛି । ତେବେ ସୂତ୍ରରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଫିଲ୍ମ ପାଇଁ କାହାଣୀ ଲେଖା ଚାଲିଛି, ଯାହାକି କିଛି ଦିନ ଜାରି ରହିବ । ଏହି ଫିଲ୍ମ ନିର୍ମାଣ ନେଇ ଗାଙ୍ଗୁଲିଙ୍କ ସହ ପ୍ରଡକ୍ସନ ହାଉସର ବୈଠକ ଅନୁଷ୍ଠିତ ହେବା ସହ ଗାଙ୍ଗୁଲି ରଣବୀର କପୁରଙ୍କ ନାଁ ନେଇଥିବା କୁହାଯାଉଛି । ତେଣୁ ରଣବୀର ଗାଙ୍ଗୁଲିଙ୍କ ବାୟୋପିକରେ ଲିଡ୍ ରୋଲରେ ଆସିପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.