fbpx

ଚଳିତ ବର୍ଷ ଡାଇବେଟିସରେ ପ୍ରାଣ ହରାଇଛନ୍ତି ୬୭ ଲକ୍ଷ, ୨୦୨୧ର ସବୁଠାରୁ ଭୟାବହ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ହେବ ମଧୁମେହ

ନୂଆଦିଲ୍ଲୀ: କରୋନା ମହାମାରୀରେ ସାରା ବିଶ୍ୱର ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ମଧୁମେହ ଆଉ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ବର୍ତ୍ତମାନ ସମୟରେ ଡାଇବେଟିସ୍ ରୋଗୀ ପ୍ରତିଘରେ ଘରେ ଦେଖିବାକୁ ମିଳୁଛନ୍ତି । ଚଳିତ ବର୍ଷ ଏହା ସବୁ ରେକର୍ଡ ପାର୍ କରିଛି । କରୋନା ମହାମାରୀ ଭଳି ଦୁନିଆ ପାଇଁ ଏହା ଆଗକୁ ଆଉ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟ ଡାଇବେଟିସ୍ ଫେଡେରେସନ୍(ଆଇଡିଏଫ୍) ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ଅବସରରେ କହିଛନ୍ତି ଯେ, ପ୍ରତିବର୍ଷ ବିଶ୍ୱବ୍ୟାପୀ ବାର୍ଷିକ ୪୦ ଲକ୍ଷ ମଧୁମେହ ରୋଗୀଙ୍କ ମୃତ୍ୟୁ ହେଉଛି । କିନ୍ତୁ ୨୦୨୧ରେ ମହାମାରୀ ଜାରି ରହିଥିବା ବେଳେ ୬୭ ଲକ୍ଷ ମଧୁମେହ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ଚଳିତ ବର୍ଷର ମୃତ୍ୟୁ ସଂଖ୍ୟା ସବୁ ରେକର୍ଡ ଭାଙ୍ଗି ଦେଇଛି । ତେବେ ଏହା ଆଗକୁ ଆହୁରି ବୃଦ୍ଧି ପାଇବାରେ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

ତେବେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ୍ ହେଉଛି, “ଏକ୍ସେସ୍ ଟୁ ଡାଇବେଟିସ୍ କେୟାର୍-ଇଫ୍ ନଟ୍ ନାଓ ହ୍ୱେନ୍?” ଅର୍ଥାତ୍ ମଧୁମେହର ଉପଚାର ସହଜ ହେବ, ଯଦି ଏବେ ନୁହେଁ ତାହେଲେ କେବେ.. । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ମଧୁମେହରେ ପୀଡ଼ିତ ହୋଇଥାନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଟାଇପ୍-୨ ଡାଇବେଟିସ୍ ରେ ଆକ୍ରାନ୍ତ ଅଛନ୍ତି । ସେହିପରି ୨୩.୨ କୋଟି ଲୋକଙ୍କୁ ନିଜ ରୋଗ ସମ୍ପର୍କରେ ଜଣାନାହିଁ ।

୨୦୦୬ ମସିହା ନଭେମ୍ବର ୧୪ ତାରିଖରେ ବିଶ୍ୱ ମଧୁମେହ ଦିବସକୁ ଜାତିସଂଘ ତରଫରୁ ମାନ୍ୟତା ମିଳିଥିଲା । ସାର୍ ଫ୍ରେଡରିକ୍ ବାଣ୍ଟିଙ୍ଗଙ୍କ ଜନ୍ମଦିବସକୁ ବିଶ୍ୱ ମଧୁମେହ ଦିବସ ଭାବରେ ପାଳନ କରାଯାଏ । ତେବେ ସାର୍ ଫ୍ରେଡରିକ୍ ବାଣ୍ଟିଙ୍ଗ ଓ ଚାର୍ଲସ୍ ବେସ୍ଟ ୧୯୨୨ରେ ଇନସୁଲିନ୍ ଆବିଷ୍କାର କରିଥିଲେ । ଯାହାର ବ୍ୟବହାର ମଧୁମେହ ରୋଗୀଙ୍କ ଚିକିତ୍ସାରେ କରାଯାଏ ।

Get real time updates directly on you device, subscribe now.