fbpx

ଦୀପାବଳି ପରେ ଖୋଲିପାରେ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ବର: ରାଜ୍ୟରେ କରୋନା ମହାମାରୀ ସଂକ୍ରମଣରେ ଧୀରେ ଧୀରେ ହ୍ରାସ ପରିଲକ୍ଷିତ ହେଉଛି । ଏହାକୁ ନଜରରେ ରଖି ପର୍ଯ୍ୟାୟକ୍ରମେ ଖୋଲୁଛି ଶିକ୍ଷାନୁଷ୍ଠାନ । ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢ଼ା ସୁରୁଖୁରୁରେ ଚାଲିଥିବାରୁ ଏବେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା କରାଯାଇଛି । ଏନେଇ ବିଭାଗ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଥିବାବେଳେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

ସୂଚନା ଅନୁଯାୟୀ, ଅଷ୍ଟମରୁ ଦ୍ୱାଦଶ ବିଦ୍ୟାର୍ଥୀଙ୍କର ଉପସ୍ଥାନ ୬୫% ପ୍ରତିଶତ ରହିଛି । ଏହାକୁ ଦୃଷ୍ଟିରେ ରଖି ଷଷ୍ଠ ଓ ସପ୍ତମ ଶ୍ରେଣୀ ଦୀପାବଳି ପରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କର ମତ ଲୋଡ଼ାଯାଇଛି । ବିଭାଗର ବରିଷ୍ଠ ପଦାଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଦୀପାବଳି ପରେ ପାଠପଢ଼ା ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ତେବେ କେବେଠାରୁ କ୍ଳାସ ଆରମ୍ଭ ହେବ ସେନେଇ ଘୋଷଣା କରାଯାଇନାହିଁ ।

Get real time updates directly on you device, subscribe now.