ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଟ୍ରାଭେଲ ବଜାର, ଭାଗ ନେବେ 17 ଦେଶ

୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର ।

ଭୁବନେଶ୍ବର: ବିଶ୍ବ ଦେଖିବ ଓଡ଼ିଶା ପର୍ଯ୍ୟଟନ । ଚଳିତ ମାସରେ ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱରର ମେ’ ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଲାଗିବ ଏହି ବଜାର ।

ଏହା ଏକ ପ୍ରମୁଖ କ୍ରେତା ଓ ବିକ୍ରେତା ସମ୍ମିଳନୀ ହୋଇପାରିବ। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ପ୍ଲାଟଫର୍ମରେ ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, କମ୍ପାନୀ ଓ ଓଡ଼ିଶାର ସେଲରମାନଙ୍କୁ ଓଡ଼ିଶାର ବିଭିନ୍ନ ୫ଟି ଟୁରିଜିମ ଅପରିଙ୍ଗଗୁଡିକୁ ଏକ୍ସପ୍ଲୋର କରିବା ପାଇଁ ଏକ ସୁଯୋଗ ସହ ସମସ୍ତେ ଏକତ୍ରିତ ହୋଇପାରିବେ ।

ସ୍ପେନ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ , ବେଲଜିୟମ, ଦକ୍ଷିଣ ଆଫ୍ରିକା ଭଳି ୧୭ଟି ଦେଶରୁ ୩୦ ରୁ ଅଧିକ ଟୁର ବିଦେଶର ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ମଧ୍ୟ ଯୋଗ ଦେବେ । ଟ୍ରାଭେଲ୍ ବଜାର ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ସଶକ୍ତ କରିବ ।