fbpx

ସାମାନ୍ୟ ବଚସାରୁ ମହାଭାରତ: ଡବଲ ମର୍ଡର ଘଟଣାରେ ଦୁଇ କିନ୍ନରଙ୍କ ସମେତ ୭ ଗିରଫ

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଘଟିଥିବା ଡବଲ ମର୍ଡର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ୨ କିନ୍ନରଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଣିକୋଇଲି ପୋଲିସ ।

ମିଳିଥିବା ସୂଚନା ମୁତାବକ, ଗତ ୩ ତାରିଖ ଦିନ ସକାଳୁ ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ମାନସ ଦାସଙ୍କ ମୃତଦେହ ଉଦ୍ଧାର ହୋଇଥିବା । ସ୍ଥାନୀୟ ଲୋକଙ୍କଠାର ଖବର ପାଇ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା ପୋଲିସ ।

ପ୍ରାଥମିକ ତଦନ୍ତରୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ତଦନ୍ତ ଆରମ୍ଭ କରିଥିଲା ପାଣିକୋଇଲି ପୋଲିସ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ହତ୍ୟାକାଣ୍ଡ ଜାଣିବା ପରେ ଘଟଣାରେ ଆସିଥିଲା ନୂଆ ମୋଡ଼ । ଦୀର୍ଘ ୯ ଦିନ ଧରି ମାରଥନ ତଦନ୍ତ ପରେ ଏହି ହତ୍ୟାକାଣ୍ଡର ପର୍ଦାଫାର୍ଶ କରିଛି ପୋଲିସ ।

ଯାଜପୁର ଏସପି ରାହୁଲ ପିଆରଙ୍କ କହିବା ମୁତାବକ, ‘ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର କିଛି ଯୁବକ ଓ ମୃତ୍ୟୁବରରଣ କରିଥିବା ୨ ଯୁବକଙ୍କ ମଧ୍ୟରେ ଦୁଇ ଜଣ କିନ୍ନରଙ୍କ ସହିତ ଅପକୃତିକ ସମଲିଙ୍ଗ ଯୌନ ସଂପର୍କକୁ ନେଇ ପ୍ରଥମେ ବଚସା ହୋଇଥିଲା । ଏହି ବଚସା ଧିରେ ଧିରେ ମାରପିଟର ରୂପ ନେଇଥିଲା । ଘଟଣାକୁ ନେଇ ଦୁଇ କିନ୍ନର ଓ ଭଦ୍ରକ ଜିଲ୍ଲା ୫ ଜଣ ଅଭିଯୁକ୍ତ ଜହ୍ନା ଗ୍ରାମର ଦୁଇ ଯୁବକଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ସତ୍ୟଜିତ ବେହେରା , ମନୋଜ ସାହୁ,ରାଜେନ୍ଦ୍ର ସାହୁ ଓ ମନୋଜ ବେହେରା ଓ ଦୁଇ କିନ୍ନରଙ୍କ ସମେତ ଜଣେ ନାବାଳକ ଥିବା ସୂଚନା ମିଳିଛି ।’

Get real time updates directly on you device, subscribe now.