fbpx

କୂଅରେ ଗଳିପଡିଲା ଯାତ୍ରୀବାହୀ ଅଟୋ , ୨ମୃତ ୩ ଗୁରୁତର

ବନସ୍ୱାରା: ଯାତ୍ରୀ ପରିପୂର୍ଣ୍ଣ ଏକ ଅଟୋ ରାଜସ୍ଥାନର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ବାନସ୍ୱରା ଜିଲ୍ଲା ଛଲିଆବାରି ଗ୍ରାମରେ ଅନିୟନ୍ତ୍ରିତ ହୋଇ ଯାଇଥିଲା। ଏହା ପରେ ଏହି ଅଟୋ ୩୫ ଫୁଟ ଗଭୀର ଏକ ଶୁଖିଲା କୂଅରେ ଖସିଗଲା। ଏହି ଦୁର୍ଘଟଣାରେ ଅଟୋରେ ଥିବା ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପରେ ଆହତଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ପୋଲିସ ବହୁ କଷ୍ଟରେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ସମସ୍ତ ଆହତଙ୍କୁ କୂଅରୁ ବାହାର କରି ନେଇଥିଲା। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି।

ପୋଲିସର ସୂଚନାନୁସାରେ, ଶନିବାର ଦିନ ବନସ୍ୱାରା ଜିଲ୍ଲାର ଡାନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ଯାତ୍ରୀମାନଙ୍କ ସହିତ ପରିପୂର୍ଣ୍ଣ ଏକ ଅଟୋ ସେହି ଅଂଚଳର ୱାଲିଆବାରି ଗ୍ରାମକୁ ଯାଉଥିଲା। ହଠାତ୍ ଡ୍ରାଇଭର ଅଟୋ ଉପରେ ନିୟନ୍ତ୍ରଣ ହରାଇଲା। ଏହାପରେ ସେ ରାସ୍ତା କଡ଼ରେ ୩୫ ଫୁଟ ଶୁଖିଲା କୂଅରେ ଗାଳିପଡିଥିଲା। ଦୁର୍ଘଟଣାର ଖବର ସାରା ଗାଁରେ ବ୍ୟାପିଗଲା। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ବ୍ୟବସ୍ଥା କରିଥିଲେ।

ପରେ ଦଉଡି ସାହାଯ୍ୟରେ କୂଅରେ ପଡ଼ିଥିବା ଆହତମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପୋଲିସ ବାହାର କରି ନେଇଥିଲା। ଏହି ଅଟୋରେ ୨ ପୁରୁଷ, ଜଣେ ମହିଳା ଏବଂ ୪ ପିଲା ଥିଲେ। ଏହି ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା। ପରେ ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଏହି ସମସ୍ତ ଆହତଙ୍କୁ ବନସ୍ୱରା ସହରର ମହାତ୍ମା ଗାନ୍ଧୀ ଡାକ୍ତରଖାନାକୁ ପଠାଯାଇଛି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅବଶିଷ୍ଟ କିଛି ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

Get real time updates directly on you device, subscribe now.