ChatGPTକୁ ଏହା ପଚାରୁଥିଲେ ହୋଇଯାଆନ୍ତୁ ସାବଧାନ ! ଚାଲିଯାଇପାରେ ଜୀବନ

ନୂଆଦିଲ୍ଲୀ: ଆଜିକା ସମୟରେ ପ୍ରାୟ ସମସ୍ତେ ଚାଟଜିପିଟିର ସାହାଯ୍ୟ ନେଇଥାନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଲୋକେ ସାଥି ଭାବେ ଭାବିବା ଆରମ୍ଭ କରିଦେଲେଣି । ଯିଏ ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ । କିନ୍ତୁ ସାବଧାନ ରୁହନ୍ତୁ, କାରଣ ChatGPT ଏବଂ ଅନ୍ୟାନ୍ୟ AI ଅସୁବିଧାରେ ପକାଇବାର ମଧ୍ୟ ସମ୍ଭାବନା ରହିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନଙ୍କ ଉପରେ ଅଧିକ ନିର୍ଭର କରିବା ବିପଦପୂର୍ଣ୍ଣ ହୋଇପାରେ । ବିଶେଷକରି ଯଦି ଆପଣ ସମ୍ବେଦନଶୀଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମାଗନ୍ତି, ତେବେ ଏହା ନିଶ୍ଚିତ ଭାବରେ ଗମ୍ଭୀର ପରିଣାମ ଦେଇପାରେ ।

ସାମ୍ପ୍ରତିକ ସର୍ବେକ୍ଷଣରୁ ଜଣାପଡିଛି ଯେ ବହୁ ସଂଖ୍ୟକ ଲୋକ ଏଆଇ ଆଡକୁ ମୁହାଁଇଛନ୍ତି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, କ୍ଲିଭଲ୍ୟାଣ୍ଡ କ୍ଲିନିକ୍ର ତଥ୍ୟରୁ ଜଣାପଡିଛି ଯେ ପାଞ୍ଚ ଜଣ ଆମେରିକୀୟଙ୍କ ମଧ୍ୟରୁ ଜଣେ ଏଆଇରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ମାଗୁଛନ୍ତି । ପ୍ରାୟ 25% ଆମେରିକୀୟ ପାରମ୍ପାରିକ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ଚାଟବଟ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହା କରିବା ବିପଦ ସାଜିପାରେ ବୋଲି କୁହାଯାଇଛି ।

ଆପଣଙ୍କର ଆର୍ଥିକ ସୂଚନାକୁ AI ଚାଟ୍ବଟ୍ ସହିତ ଅଂଶୀଦାର କରନ୍ତୁ ନାହିଁ । ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର, କ୍ରେଡିଟ୍ କାର୍ଡ ନମ୍ବର ସେୟାର କରିବା ଉଚିତ ନୁହେଁ । AI ଚାଟବଟ୍ ସହିତ କେବେବି ଆପଣଙ୍କର ପାସୱାର୍ଡ ଅଂଶୀଦାର କରନ୍ତୁ ନାହିଁ  । ଏହି ସୂଚନା ଆପଣଙ୍କ ଆକାଉଣ୍ଟକୁ ପ୍ରବେଶ କରିବା ଏବଂ ଆପଣଙ୍କ ତଥ୍ୟ ଚୋରି କରିବାରେ ସାହାଯ୍ୟ କରିବ । ବିଶେଷକରି ଏଆଇକୁ ଅଧିକ ସିକ୍ରେଟ କରିବା ଉଚିତ ନୁହେଁ ବୋଲି ବେଶେଷଜ୍ଞ କହିଛନ୍ତି ।