fbpx

ସେଭେନ୍‌ ଅପ୍‌ ଥଣ୍ଡା ବୋତଲ ଭିତରେ ଔଷଧ ଖୋଳ, ଅଭିଯୋଗ କଲେ ଗ୍ରାହକ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ସିଲଥିବା ଥଣ୍ଡା ପାନୀୟ ବୋତଲରେ ଔଷଧ ଖୋଳ ପସିଥିବା ଦେଖିବାକୁ ମିଳିଥିବା ଘଟଣାଟି ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ବାରଙ୍ଗ ଥାନା ନିକଟବର୍ତ୍ତୀ ଏକ ଦୋକାନରେ ଥଣ୍ଡା ପାନୀୟ ଜଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଥିବାବେଳେ ଶନିବାର ଦିନ ଜଣେ ବ୍ୟକ୍ତି ଉକ୍ତ ଦୋକାନରୁ ସେଭେନ୍‌- ଅପ୍‌ ପାନୀୟ ଥଣ୍ଡା ପିଇବା ପାଇଁ ଆଣିଥିଲେ । ବ୍ୟକ୍ତି ଜଣକ ଥଣ୍ଡା ବୋତଲର ସିଲ ଖୋଲିବା ପୂର୍ବରୁ ତାହା ମଧ୍ୟରେ ଏକ ଔଷଧ ଦେଖିବାକୁ ପାଇଥିଲେ । ପରେ ଦେକାନୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଥଣ୍ଡା ପାନୀୟରେ ଅପମିଶ୍ରଣ ଓ ଭେଜାଲ୍ ଜିନିଷ ଯୋଗ ସ୍ବାସ୍ଥ୍ୟ ପାଇଁ ହାନିକାର ହୋଇପାରେ ବୋଲି ଅଭିଯୋଗ ହୋଇଛନ୍ତି।

Get real time updates directly on you device, subscribe now.