fbpx

ବଦଳିଲା ବିଗ୍‌ ବଜାର ନାଁ, ଏବେ ହେଲା ‘ସ୍ମାର୍ଟ ବଜାର’:ଗୋଟିଏ ମାସରେ ଖୋଲିବ ୧୦୦ରୁ ଅଧିକ ନୂଆ ଷ୍ଟାେର

ନୂଆଦିଲ୍ଲୀ: ଫ୍ୟୁଚର୍‌ ଗ୍ରୁପ୍‌ ଅଧୀନରେ ଥିବା ବିଗ୍‌ ବଜାରକୁ ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଗତ ସପ୍ତାହରେ ନିଜ ନିୟନ୍ତ୍ରଣକୁ ନେଇଥିଲା । ନିୟନ୍ତ୍ରଣକୁ ଯିବା ପରେ ଫ୍ୟୁଚର ଗ୍ରୁପ୍‌ର ଏହି ବୃହତ ବ୍ରାଣ୍ଡର ନାଁକୁ ପରିବର୍ତ୍ତନ କରିଛି ରିଲାଏନ୍ସ । ରିଲାଏନ୍ସ ରିଟେଲ ବର୍ତ୍ତମାନ ସମସ୍ତ ସ୍ଥାନରେ ନୂତନ ରିଟେଲ ଷ୍ଟୋର୍‌ ଖୋଲିବାକୁ ଯାଉଛି ଯେଉଁଠାରେ ପୂର୍ବରୁ ବିଗ୍‌ ବଜାର ଥିଲା । ଏହି ନୂତନ ର୍ଷ୍ଟୋର ନାମ ଏବେ ସ୍ମାର୍ଟ ବଜାର ହେବ ବୋଲି ରିଲାଏନ୍ସ କହିଛି । ତେବେ ରିଲାଏନ୍ସ ରିଟେଲ ୯୫୦ ସ୍ଥାନରେ ନିଜର ଷ୍ଟୋର ଖୋଲିବାକୁ ଯୋଜନା କରିଛି । ଫ୍ୟୁଚର ଗ୍ରୁ ଠାରୁ କମ୍ପାନି ଦ୍ୱାରା ଏହି ସମସ୍ତ ସ୍ଥାନ ନିଆଯାଇଛି । କମ୍ପାନି ଏହି ମାସରେ ପ୍ରାୟ ୧୦୦ ଟି ସ୍ଥାନରେ ‘ସ୍ମାର୍ଟ ବଜାର’ ନାମରେ ଷ୍ଟୋର ଖୋଲିବ । ତେବେ ଏପର୍ଯ୍ୟନ୍ତ ରିଲାଏନ୍ସ ରିଟେଲ ଏବଂ ଫ୍ୟୁଚର ଗ୍ରୁପ୍ ଦ୍ୱାରା ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

Get real time updates directly on you device, subscribe now.