fbpx

କିଭରେ ରୁଷ ସୈନ୍ୟଙ୍କ ଗୁଳିମାଡ଼: ଶିଶୁ ସମେତ ୭ ମୃତ

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । କିଭରେ ରୁଷ ସୈନ୍ୟଙ୍କ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗ୍ରୀନ କରିଡରରେ ଆକ୍ରମଣ ହୋଇଥିବା କହିଲା ୟୁକ୍ରେନ । ୬ଟି ରୁଷୀୟ ବିମାନ ନଷ୍ଟ କରିଥିବା ୟୁକ୍ରେନ ଦାବି କରିଛି ।

ତେବେ ଶନିବାର ଋଷସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ବୋମାମାଡ ଜାରି ରଖିଥିବା ବେଳେ ରାଜଧାନୀ ‘କିଭ୍‌’ ଦଖଲ ପାଇଁ ଯୋଜନା ପ୍ରସ୍ତୁତ କରିସାରିଛି । ୟୁକ୍ରେନର ଓଡେଶାରେ ଋଷ ସେନା ବୋମାବର୍ଷଣ କରିଚାଲିଛି । ସେପଟେ ଯଦି ଋଷ ୟୁକ୍ରେନରେ ରାସାୟନିକ ଅସ୍ତ୍ରର ବ୍ୟବହାର କରେ ତେବେ ତା’ର ପରିଣାମ ଭୟଙ୍କର ହେବବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ।

Get real time updates directly on you device, subscribe now.