fbpx
BJD SKY
BJD SKY

ଫୋନ୍‌ ଟ୍ୟାପିଙ୍ଗ୍‌ ମାମଲା: ରବିବାର ସକାଳ ୧୧ଟା ସୁଦ୍ଧା ଥାନାରେ ହାଜାର ହେବାକୁ ଫଡନାବିସଙ୍କୁ ନୋଟିସ୍

BJD

ମୁମ୍ୱାଇ: ଫୋନ୍‌ ଟ୍ୟାପିଂ ମାମଲାରେ ମୁମ୍ୱାଇ ପୋଲିସ୍‌ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପର୍ଡନାଭିସ୍‌ଙ୍କୁ ନୋଟିସ୍‌ ପଠାଇଛି । ନୋଟିସ୍‌ରେ ତାଙ୍କୁ ରବିବାର ସକାଳ ୧୧ଟାରେ ବିକେସି ସାଇବର ପୋଲସ୍‌ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଫଡର୍ନାବିସ କହିଛନ୍ତି ଯେ ମତେ ମୁମ୍ୱାଇ ପୋଲିସ୍‌ ପକ୍ଷରୁ ସିଆରପିସିର ଧାରା ୧୬୦ ଅନୁସାରେ ଏକ ନୋଟିସ୍‌ ମିଳିଛି । ପୋଲିସ୍‌କୁ କୌଣସି ସୂଚନା ଆବଶ୍ୟକ ହେଲେ ଦେବେନ୍ଦ୍ର ସହାୟତା କରିବା ନେଇ କହିଛନ୍ତି । ଏହାଛଡ଼ା ମତେ ଏ ସବୁ ତଥ୍ୟ କେଉଁଠାରୁ ମିଳିଲା, ତାହା ଖୁଲାସା ନକରିବା ପାଇଁ ମୋ ପାଖେ ସେ ଅଧିକାର ଅଛି । କିନ୍ତୁ ମୁଁ ଥରେ ଗୃହମନ୍ତ୍ରୀ ରହିଥିଲି, ତେଣୁ ମୋର କର୍ତ୍ତବ୍ୟ ଠିକ୍‌ରେ ଜାଣିଛି ବୋଲି ସେ କହିଛନ୍ତି ।

ସୂଚନାନୁଯାୟୀ, ଆଇପିିଏସ୍ ରଶ୍ମି ଶୁକ୍ଳାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ପୋଲିସ୍‌ କହିଛି ଯେ ଶୁକ୍ଳା ଶିବସେନାର ସାଂସଦ ସଂଜୟ ରାୱତ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ନେତା ଏକନାଥ ଖଡ଼ସେଙ୍କ ଫୋନ୍‌ ଟ୍ୟାପିଂ ଅବୈଧ ରୂପେ କରିଥିଲେ । ଦକ୍ଷିଣ ମୁମ୍ୱାଇର କୋଲାବା ପୋଲିସ୍‌ ଥାନାରେ ଏହି ମାମଲା ଦାଏର ହୋଇଥିଲା । ଏଥିରେ କୁହାଯାଇଥିଲା ଯେ ୨୦୧୯ ନିର୍ବାଚନ ଚାଲିଥିବା ବେଳେ ଏହି ଅଧିକାରୀ ଦୁଇ ନେତାଙ୍କ ଫୋନ୍‌ ଟ୍ୟାପିଂ କରିଥିଲେ ।

Get real time updates directly on you device, subscribe now.