fbpx

ମନମୋହୁଛି Halchal Dhamal : କମେଡି ସହ ସାମାଜିକ ବାର୍ତ୍ତାକୁ ପସନ୍ଦ କରୁଛନ୍ତି ଲୋକେ, ଗୋଟିଏ ଦିନରେ ଦେଖିଲେ ୭୦୦୦ ଦର୍ଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜର ଚିତ୍ତବିନୋଦନ ପାଇଁ ବିଭିନ୍ନ ରାସ୍ତା ଆପଣାଇଛନ୍ତି । ତେବେ ଅନେକ ସମୟରେ ଲୋକମାନେ ମନୋରଞ୍ଜନ ପାଇଁ କମେଡି କାର୍ଯ୍ୟକ୍ରମ ଦେଖିବାକୁ ପସନ୍ଦ କରିଛନ୍ତି । ଆଉ କମେଡି ସହ ଯେତେବେଳେ କିଛି ଶିକ୍ଷଣୀୟ କଥା ଦେଖିବାକୁ ମିଳେ ତେବେ ତାହା ନିଶ୍ଚୟ ଲୋକଙ୍କୁ ପସନ୍ଦ ଆସିଥାଏ ।

ଏହିଭଳି ଏକ କମେଡି ଶୋ ଭେଟି ଦେଇଛି ‘ଓଡ଼ିଶା ଭାସ୍କର’ । ଓଡ଼ିଶାବାସୀଙ୍କ ପାଇଁ ‘ଓଡ଼ିଶା ଭାସ୍କର’ ଆଣିଦେଇଛି କମେଡିରେ ଭରପୁର ଚ୍ୟାନେଲ ‘ହଲଚଲ ଧମାଲ’ । ଏହି କମେଡି କାର୍ଟୁନ୍ ୟ୍ୟୁଟୁବ୍ ଚ୍ୟାନେଲରେ କମେଡି ସହ ଆପଣଙ୍କୁ ଅନେକ ସାମାଜିକ ଶିକ୍ଷା ଦେଖିବାକୁ ମିଳିବ । କେବଳ ପିଲା ନୁହେଁ ସମାଜର ସବୁ ବର୍ଗର ଲୋକ ଏହି ଶୋର ମଜା ଉଠାଇପାରିବେ ।

ଏହାରି ମଧ୍ୟରେ ହଲଚଲ ଧମାଲର ପ୍ରଥମ ଏପିସୋଡ୍ ରିଲିଜ ହୋଇସାରିଛି । ଯାହାକୁ ଦର୍ଶକମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ବଡ଼ କଥା ହେଉଛି ଲଞ୍ଚର ଗୋଟିଏ ଦିନରେ ୟୁଟ୍ୟୁବରେ ଏପର୍ଯ୍ୟନ୍ତ ପ୍ରଥମ ଏପିସୋଡକୁ ୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଏକ ନୂଆ ୟ୍ୟୁଟୁବ୍ ଚ୍ୟାନେଲରେ ପ୍ରଥମ ଭିଡିଓରେ ଏତେ ସଂଖ୍ୟକ ଦର୍ଶକ ଦେଖିବାରୁ ଜଣାପଡ଼ୁଛି ଦର୍ଶକ ଏହାକୁ କେତେ ପସନ୍ଦ କରୁଛନ୍ତି । ତେବେ ଆପଣ ବି ଯଦି ଏପର୍ଯ୍ୟନ୍ତ ଏହି ଭିଡିଓକୁ ଦେଖିନାହିଁନ୍ତି ତେବେ ଏହି ଲିଙ୍କରେ କ୍ଲିକ କରି ଭିଡିଓ ଦେଖିବା ସହ ଏହିଭଳି ମଜାଦାର ଭିଡିଓ ଦେଖବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରନ୍ତୁ । ଦେଖନ୍ତୁ ଭିଡିଓ….

ଆହୁରି ପଢ଼ନ୍ତୁ….

Get real time updates directly on you device, subscribe now.