fbpx
BJD SKY
BJD SKY

ଆମ ଦେଶରେ ମିଳିବ ୭୨ ପ୍ରକାରର ଆଳୁ, ଏଥିମଧ୍ୟରେ କ୍ୟାନସର ନିରୋଧୀ ଆଳୁ ବି ରହିଛି

BJD

ମେରୁଟ: ଆଳୁକୁ ପନିପରିବା ଭିତରେ ରାଜା ବୋଲି କୁହାଯାଏ । କୁହାଯାଏ କୌଣସି ତରକାରୀରେ ଆଳୁ ନ ଥିଲେ ତାହା ପାଟିକୁ ସ୍ୱାଦିଷ୍ଟ ଲାଗେ ନାହିଁ । କିନ୍ତୁ ଆଳୁ ଖାଇବା ସମୟରେ ଆମେ ଏହା କେବେ ଭାବିଛେ କି ଏହା କେତେ ଭେରାଇଟିର ହୋଇଥାଏ । ମେରୁଟର ରିସର୍ଚ୍ଚ ସଂସ୍ଥାରେ ଏ ପର୍ଯ୍ୟନ୍ତ ୭୨ ପ୍ରକ।।ର ଆଳୁ ବିକଶିତ ହୋଇସାରିଛି । ଏବେ ଆଳୁ ଚିପ୍ସ ଲାଗି ରଙ୍ଗୀନ ଆଳୁ ଉପରେ ଗବେଷଣା ଚାଲୁଛି ।

ମେରୁଟର ଆଳୁ ଅନୁସନ୍ଧାନ ସଂସ୍ଥା ଏବେ ଚିପ୍ସ ଲାଗି ରଙ୍ଗୀନ ଆଳୁ ବିକଶିତ କରିବାକୁ ଯାଉଛିି । ମେରୁଟର ମୋଦୀପୁରମସ୍ଥିତ କେନ୍ଦ୍ରୀୟ ପଟାଟୋ ଗବେଷଣା ସଂସ୍ଥାରେ ଉଚ୍ଚମାନ ବିଶିଷ୍ଟ ଆଳୁ ଉତ୍ପାଦନ କରାଯାଉଛି । ଏଥିମଧ୍ୟରେ ଆଣ୍ଟି କ୍ୟାନସର ଆଳୁ ମଧ୍ୟ ରହିଛି । ଏହି ଆଳୁକୁ କୁଫରୀ ନୀଳକଣ୍ଠ କୁହାଯାଉଛି । ଏହି ଆଳୁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିକରିଥାଏ ।

ଉତ୍ତର ଆମେରିକାରେ ଉପଲବ୍ଧ ହେଉଥିବା ବିଭିନ୍ନ ଆଳୁର ଭେରାଇଟି ଏଠାରେ ପ୍ରସ୍ତୁତ କରାଯାଉଛି । ଏହିସବୁ ଆଳୁ ମଧ୍ୟରେ ରହିଛି କୁଫରୀ ସୂର୍ଯ୍ୟ, କୁଫରୀ ଲିମା, କୁଫରୀ ଗଙ୍ଗା, କୁଫରୀ ନୀଳକଣ୍ଠ, , କୁଫରୀ ମାଣିକ ଇତ୍ୟାଦି । ସଂସ୍ଥାର ନିର୍ଦ୍ଦେଶକ ଡା. ରାଜେଶ କହିଛନ୍ତି ଦେଶର କୃଷକ ଏହି ରିସର୍ଚ୍ଚର ଲାଭ ଉଠାନ୍ତୁ ଓ ନିଜ ଆୟକୁ ବହୁଗୁଣ ବଢାନ୍ତୁ । ସବୁ ଭେରାଇଟି ଆଳୁର ଅଲଗା ଅଲଗା ଗୁଣ ରହିଛି । ଆଗାମୀ ଦିନରେ ଏଠାରେ ୧୦୦ ଭେରାଇଟିର ଆଳୁ ଉତ୍ପାଦନ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.