fbpx

କେନ୍ଦ୍ର ଗୃହ ବିଭାଗ ଅଧିନରେ ନିଯୁକ୍ତି ସୁଯୋଗ: ପୂରଣ ହେବ ACIO ପଦ, ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ

ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ୯୯୫ଟି ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର (ଏସିଆଇଓ)- ଗ୍ରେଡ ୨/ ଏଗଜିକ୍ୟୁଟିଭ୍ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆଜି ଅର୍ଥାତ ନଭେମ୍ବର ମାସ ୨୫ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୫ ତାରିଖରେ ସମାପ୍ତ ହେବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।

ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ । ୟୁଆରଙ୍କ ପାଇଁ ୩୭୭ଟି, ଆର୍ଥିକ ପଛୁଆ ଶ୍ରେଣୀ (ଇଡବ୍ଲ୍ୟୁଏସ)ଙ୍କ ପାଇଁ ୧୨୯ଟି, ଓବିସିଙ୍କ ପାଇଁ ୨୨ଟି, ଏସସିଙ୍କ ପାଇଁ ୧୩୪ଟି ଓ ଏସଟିଙ୍କ ପାଇଁ ୧୩୩ଟି ପଦ ସଂରକ୍ଷିତ ରହିଛି । ସମସ୍ତ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ପ୍ରୋସେସିଂ ଚାର୍ଜ ୪୫୦ ଟଙ୍କା ରଖାଯାଇଛି । ୟୁଆର, ଇଡବ୍ଲ୍ୟୁଏସ ଓ ଓବିସି ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଅତିରିକ୍ତ ଚାର୍ଜ ରଖାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ୱେବସାଇଟ୍ ଲିଙ୍କ: https://www.mha.gov.in/en

 

Get real time updates directly on you device, subscribe now.