fbpx
BJD SKY
BJD SKY

ମହିଳାମାନେ ସାବଧାନ! ଏହି ସବୁ ଲକ୍ଷଣ ହୋଇପାରେ ବଡ଼ ମାନସିକ ସମସ୍ୟାର କାରଣ: ଅଣଦେଖା କରିବା ପଡ଼ିପାରେ ମହଙ୍ଗା

BJD

ଏକ ସୁସ୍ଥ ଜୀବନ ପାଇଁ ଶରୀର ତଥା ମନ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ଅନେକ ସମୟରେ ଆମର ସ୍ୱାସ୍ଥ୍ୟର ଯତ୍ନ ନେବାରେ ବିଫଳ ହୋଇଥାଉ । ମହିଳାମାନେ ବିଶେଷ ଭାବରେ ସେମାନଙ୍କର ଅଫିସ କାର୍ଯ୍ୟ ଏବଂ ଘର କାର୍ଯ୍ୟରେ ଏତେ ବ୍ୟସ୍ତ ରୁହନ୍ତି ଯେ ସେମାନେ ନିଜ ଯତ୍ନ ନେବାକୁ ସୁଯୋଗ ପାଆନ୍ତି ନାହିଁ । ଅନେକ ଥର ମହିଳାମାନେ ମାନସିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଅଧିକାଂଶ ମହିଳା ଏ ବାବଦରେ ଅବଗତ ନଥାନ୍ତି । ଶରୀରରେ ହେଉଥିବା ଅନେକ ପ୍ରକାର ପରିବର୍ତ୍ତନକୁ ଅଣଦେଖା କରନ୍ତି । ଏପରି ପରିସ୍ଥିତିରେ କିଛି ସଙ୍କେତ ଯାହା ଦର୍ଶାଇଥାଏ ଯେ ଆପଣ ମାନସିକ ସମସ୍ୟାର ଶିକାର ହୋଇଛନ୍ତି ।

କୌଣସି ଜିନିଷ ଉପରେ ଧ୍ୟାନ ନଦେବା- ଏକାଗ୍ରତାରେ ସମସ୍ୟା ସାଧାରଣତଃ ମାନସିକ ଚାପ ପରି ସମସ୍ୟାର ସଙ୍କେତ ଅଟେ । ମନରେ ଚିନ୍ତା, ଚାପ ଭରି ରହିଥିଲେ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେବା କଷ୍ଟକର ହୋଇଯାଏ । ଯଦି ଦୈନନ୍ଦିନ କାର୍ଯ୍ୟକଳାପରେ କ୍ରମାଗତ ବିଭ୍ରାଟର ସମସ୍ୟା ଅଧିକ ଦିନ ଧରି ଦେଖାଦିଏ, ତେବେ ଏହା ମଧ୍ୟ ଏକ ଗମ୍ଭୀର ମାନସିକ ସମସ୍ୟାର ସଙ୍କେତ ହୋଇପାରେ ।

ରାତିରେ ଅନିଦ୍ରା- ବେଳେବେଳେ ଆରାମରେ ଶୋଇ ନ ପାରିବା ମଧ୍ୟ ଏକ ଗମ୍ଭୀର ସମସ୍ୟାର ସଙ୍କେତ ହୋଇପାରେ । ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ବେଳେବେଳେ ଟିକିଏ ଅସ୍ଥିର ଅନୁଭବ କରିବା କିମ୍ବା ନିଦ୍ରାହୀନତା ହେବା ସ୍ୱାଭାବିକ । କିନ୍ତୁ ଯଦି ଆପଣ ପ୍ରତିଦିନ ରାତିରେ ଶୋଇବାରେ ଅସୁବିଧାର ସମ୍ମୁଖୀନ ତେବେ ଏହା ଦୁର୍ବଳ ମାନସିକ ସ୍ୱାସ୍ଥ୍ୟର ଲକ୍ଷଣ ହୋପାରେ ।

କ୍ରମାଗତ କ୍ଲାନ୍ତ ଅନୁଭବ କରିବା- ଶାରୀରିକ ଏବଂ ମାନସିକ ସ୍ତରରେ ସକ୍ରିୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯଦି ପର୍ଯ୍ୟାପ୍ତ ବିଶ୍ରାମ ନେବା ପରେ ମଧ୍ୟ କ୍ରମାଗତ ଥକାପଣ ଲାଗି ରହୁଛି ତେବେ ଏହା ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ ।

ଖାଇବା ଅଭ୍ୟାସରେ ପରିବର୍ତ୍ତନ- ଅତ୍ୟଧିକ ଖାଇବା କିମ୍ବା ସ୍ୱଳ୍ପ ଖାଇବା ମଧ୍ୟ ମାନସିକ ଅସୁସ୍ଥତାର ଲକ୍ଷଣ । ଯଦି ଆପଣ ଏପରି ସମସ୍ୟାର ସମ୍ମୁଖୀନ ହେଉଉନ୍ତି ତେବେ ଅଣଦେଖା କରନ୍ତୁ ନାହିଁ।

ଯଦି ଆପଣଙ୍କ ପାଖରେ ଉପରୋକ୍ତ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.