ନୂଆଦିଲ୍ଲୀ: ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍), ନ୍ୟାଶନାଲ ସିକ୍ୟୁରିଟଇ ଗାର୍ଡ (ଏନଏସଜି), ଆସାମ ରାଇଫଲ୍ସ (ଏଆର୍)ପରି ଅର୍ଦ୍ଧ ସାମରିକ ବଳର ୭୩୦ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି । ୨୦୨୦ରେ ୧୪୪ ଜଣ ଯବାନ ଆତ୍ମହତ୍ୟା କରିଥିବାବେଳେ ୨୦୨୧ରେ ୧୫୭, ୨୦୨୨ରେ ୧୩୮, ୨୦୨୩ରେ ୧୫୭ ଏବଂ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୩୪ଜଣ ଯବାନ ଆତ୍ମହତ୍ୟା କରିଛନ୍ତି । ଏ ନେଇ ବୁଧବାର ରାଜ୍ୟସଭାର ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ।
ଏହି ଅବଧି ମଧ୍ୟରେ ୫୫,୫୫୫ଜଣ ଯବାନ ଇସ୍ତଫା ଦେଇଛନ୍ତି କିମ୍ବା ଇଚ୍ଛାଧୀନ ଭାବେ ଅବସର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୭,୬୬୪ ଜଣ ଯବାନ ଇସ୍ତଫା ନେଇଥିବାବେଳେ ୪୭,୮୯୧ ଜଣ ଯବାନ ଇଚ୍ଛାଧୀନ ଅବସର ଗ୍ରହଣ କରିଛନ୍ତି । ତେବେ ଅଧିକାଂଶ ଆତ୍ମହତ୍ୟା ବ୍ୟକ୍ତିଗତ କାରଣ ଯୋଗୁ ହୋଇଥିବା ନିତ୍ୟାନନ୍ଦ କହିଛନ୍ତି । ଖାସକରି ସ୍ତ୍ରୀ କିମ୍ବା ପରିବାର ସଦସ୍ୟଙ୍କ ମୃତ୍ୟୁ, ଛାଡ଼ପତ୍ର, ଆର୍ଥିକ ସମସ୍ୟା, ପିଲାମାନଙ୍କ ପାଇଁ ପର୍ଯ୍ୟାନ୍ତ ଶିକ୍ଷା ସୁଯୋଗର ଅଭାବ ଆଦି କାରଣରୁ ଯବାନମାନେ ଆତ୍ମହତ୍ୟା କରୁଛନ୍ତି । ଅର୍ଦ୍ଧସାମରିକ ବଳର ଯବାନମାନଙ୍କ ଆତ୍ମହତ୍ୟା ବୃଦ୍ଧିର କାରଣକୁ ଅଧ୍ୟୟନ କରୁଥିବା ଟାସ୍କଫୋର୍ସ ନିଜ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରିଛି । ତେବେ ଆତ୍ମହତ୍ୟା କରିଥିବା ଯବାନଙ୍କ ମଧ୍ୟରୁ ୮୦% ଘରୁ ଛୁଟି ସାରି କାର୍ଯ୍ୟକୁ ଫେଣିବା ପରେ ରଚମ ପଦକ୍ଷେପ ନେଉଛନ୍ତି । ଯବାନଙ୍କ ଆତ୍ମହତ୍ୟା ରୋକିବା ଦିଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୦୦ ଦିନ ଛୁଟି ନୀତିକୁ କାର୍ଯ୍ୟକାରୀ କରିଛନ୍ତି ।