fbpx

ଲଦାଖରେ ୭୫% ବିବାଦର ସମାଧାନ ହୋଇଛି, ଭାରତ- ଚୀନ ସମ୍ପର୍କକୁ ନେଇ ଏପରି କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଭାରତ ପ୍ରୟାସ ଜାରି ରଖିଛି । ଲଦାଖରେ ଚୀନ ସହ ଜାରି ରହିଥିବା ବିବାଦ ପ୍ରାୟ ୭୫% ସମାଧାନ ହୋଇସାରିଛି । ଗୁୁରୁବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପୂର୍ବ ଲଦାଖ ସୀମାରେ ଚୀନ ସହ ଜାରି ରହିଥିବା ବିବାଦ ପ୍ରସଙ୍ଗକୁ ନେଇ ସ୍ୱିଜରଲ୍ୟାଣ୍ଡରେ ଥିଙ୍କ୍ ଟ୍ୟାଙ୍କ୍ ‘ଜିନେଭା ସେଣ୍ଟର ଫର୍ ସିକ୍ୟୁରିଟି ପଲିସି’ ସହ ଚର୍ଚ୍ଚା କରଛନ୍ତି ।

୨୦୨୦ରେ ଗଲୱାନ ଘାଟିରେ ହୋଇଥିବା ହିଂସା ସଂଘର୍ଷ ଭାରତ-ଚୀନ ସମ୍ପର୍କକୁ ପ୍ରଭାବିତ କରିଥିଲା । ଏହାର ସ୍ଥାୟୀ ସମାଧାନ ଖୋଜିବା ପାଇଁ ଦୁଇ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଆଜି ବି ଚୀନ LACରେ ନିଜ ସୈନ୍ୟଙ୍କୁ ନିୟୋଜିତ କରିଛି । ଏହାର ଜବାବରେ ଭାରତ ମଧ୍ୟ ସୈନ୍ୟ ପଠାଇଛି । କୋଭିଡ୍ ଲକଡାଉନ୍ ସମୟରେ ଚୀନ ଏଭଳି ବିପଜ୍ଜନକ ଯୋଜନା କରିଥିଲା । ଯଦି ଚୀନ ଏହାର ସୈନିକଙ୍କୁ ସୀମାରୁ ପ୍ରତ୍ୟାହାର କରିବ ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବ ବୋଲି କହିଛନ୍ତି ଏସ୍ ଜୟଶଙ୍କର ।

 

Get real time updates directly on you device, subscribe now.