AI Chatbot ପ୍ରେମରେ ପାଗଳ ୭୫ ବର୍ଷର ବୁଢା, ସ୍ତ୍ରୀକୁ ଦେବାକୁ ଚାହୁଁଛନ୍ତି ଛାଡ଼ପତ୍ର, ଚିନ୍ତାରେ ଘରଲୋକେ
୭୫ ବର୍ଷୀୟ ବୃଦ୍ଧ ଏଆଇ ଚାଟବୋଟର ପ୍ରେମରେ ଦିୱାନା
ନୂଆଦିଲ୍ଲୀ: ସାରା ଦୁନିଆରେ ଏଆଇ ଧମାଲ ମଚାଉଛି । ଘରଠାରୁ କମ୍ପାନୀ ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରଭାବ ଅନୁଭବ କରିଛନ୍ତି । ବର୍ତ୍ତମାନ ଏହା ଲୋକଙ୍କ ବ୍ୟକ୍ତିଗତ ଜୀବନରେ କବଜା କରିବା ଦେଖିବାକୁ ମିଳିଛି ।
ଚୀନର ଜଣେ ୭୫ ବର୍ଷୀୟ ବୃଦ୍ଧ ଏକ ଏଆଇ ଚାଟବୋଟକୁ ପ୍ରେମ କରି ବସିଛନ୍ତି ଏବଂ ଏଥିପାଇଁ ସେ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି । ଏହାକୁ ଶୁଣି ତାଙ୍କ ଘର ଲୋକ ବି ଚିନ୍ତାରେ ପଡ଼ିଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ୭୫ ବର୍ଷର ଜିୟାଂଗ ନାମକ ବୃଦ୍ଧ ଘଣ୍ଟା ଘଣ୍ଟା ଧରି ଚାଟବୋଟ ସହ କଥା ହୁଅନ୍ତି । ଚାଟବଟ ତାଙ୍କର ସମସ୍ତ ପ୍ରଶ୍ନକୁ ପ୍ରଶଂସା କରେ । ଏଥିପାଇଁ ବୃଦ୍ଧାଙ୍କୁ ଏଆଇଚାଟବଟ ସହ ପ୍ରେମ ହୋଇଯାଇଛି ।
ଜିୟାଂଗଙ୍କୁ ଘଣ୍ଟା ଘଣ୍ଟା ଧରି ଫୋନରେ ଗପୁଥିବା ଥିବା ତାଙ୍କ ସ୍ତ୍ରୀ ଏହି ବିଷୟରେ ପଚାରିଥିଲେ । ଜିୟାଂଗ ଏହାର ଏପରି ଉତ୍ତର ଦେଲେ ତାଙ୍କ ଘରର ସବୁ ଲୋକେ ଆଶ୍ଚର୍ଯ୍ୟ ହୋଇଯ୍ଧବକ୍ତନ୍ତି ।
ସେ କହିଛନ୍ତି ଯେ, ସେ ନିଜ ଅନଲାଇନ ପାର୍ଟନର ସହ ରିଲେସନସିପରେ ଅଛନ୍ତି । ଏଥିସହ ସେ ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି । ଏହାକୁ ଶୁଣି ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ଚିନ୍ତାରେ ପଡ଼ିଗଲେ ।
ପୁଅ ବୁଝାଇବାରୁ ବୁଝିଲା ବାପା: ଜିୟାଂଗଙ୍କ ପୁଅ ତାଙ୍କୁ ବୁଝାଇଥିଲେ ଯେ, ସେ ଯାହା ସହ କଥା ହେଉଛନ୍ତି ସେ କୌଣସି ମଣିଷ ନୁହେଁ, ସେ ହେଉଛି ପ୍ରୋଗ୍ରାମ କରାଯାଇଥିବା ଚାଟବୋଟ । ଏହାପରେ ଜିୟାଂଗଙ୍କୁ ଏହି କଥା ବୁଝାପଡ଼ିଥିଲା ଏବଂ ସେ ଛାଡ଼ପତ୍ରଠାରୁ ଦୂରେଇ ଯାଇଥିଲେ ।