ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ୭୫୦୦ଟଙ୍କା ମିଳିବ । ଅନ୍ତିମସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ଅର୍ଥ ଖର୍ଚ୍ଚ ହେବ । ଗୋଟିଏ ମୃତଦେହ ପିଛା ୭୫୦୦ ଟଙ୍କା ଖର୍ଚ୍ଚ ହେବ ।