fbpx

ନୂଆବର୍ଷ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର: ଏତିକି ବଢ଼ିଯିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରଙ୍କ କର୍ମଚାରୀ, ତେବେ ନୂଆ ବର୍ଷରେ ସେମାନଙ୍କ ପାଇଁ ଆସିବାକୁ ଯାଉଛି ବଡ଼ ଖୁସିଖବର । ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଆକଳନ ଆଧାରରେ ଜାନୁଆରୀରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ରାସ୍ତା ସଫା ହୋଇଯାଇଛି । ଅଗଷ୍ଟ ପାଇଁ ଏଆଇସିପିଆଇ ସୂଚକାଙ୍କ ସଂଖ୍ୟା ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ କରାଯାଇଛି ।

ସେପ୍ଟେମ୍ବର ୨୦୨୨ ତୁଳନାରେ ଅକ୍ଟୋବର ପାଇଁ ଏଆଇସିପିଆଇ ସୂଚକାଙ୍କରେ ୧.୨ ପଏଣ୍ଟ ବୃଦ୍ଧି ଘଟିଛି । ଅକ୍ଟୋବରରେ ଏହା ୧୩୨.୫ ସ୍ତରକୁ ବୃଦ୍ଧି ପାଇଥିବାବେଳେ ସେପ୍ଟେମ୍ବରରେ ଏହା ୧୩୧.୩ ପ୍ରତିଶତ ଥିଲା । ଏହାପୂର୍ବରୁ ଅଗଷ୍ଟରେ ଏହି ସଂଖ୍ୟା ୧୩୦.୨ ପଏଣ୍ଟ ଥିଲା । ଜୁଲାଇ ପରଠାରୁ ଏଥିରେ କ୍ରମାଗତ ବୃଦ୍ଧି ଘଟିଛି । ଏହାର ଲଗାତାର ବୃଦ୍ଧି ଯୋଗୁୁଁ ନୂଆ ବର୍ଷ ଜାନୁଆରୀରେ ୬୫ ଲକ୍ଷ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ରାସ୍ତା ପ୍ରାୟ ସ୍ପଷ୍ଟ ହୋଇଛି । ଏହାକୁ ଆଧାର କରି କର୍ମଚାରୀଙ୍କ ଡିଏରେ ନିଶ୍ଚିତ ଭାବରେ ୪ ପ୍ରତିଶତ ବୃଦ୍ଧି ଘଟଇବା ନିଶ୍ଚିତ ହୋଇଛି ।

ଜୁଲାଇର ଡିଏ ୪ ପ୍ରତିଶତ ବୃଦ୍ଧି ହେବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରିୟତା ଭତ୍ତା ୩୮ ପ୍ରତିଶତକୁ ବୃଦ୍ଧି ହୋଇଥିଲା ବର୍ତ୍ତମାନ ଏହାକୁ ୪ ପ୍ରତିଶତ ବୃଦ୍ଧି କରିବା ପରେ ଏହା ବଢ଼ିଯାଇ ୪୨ ପ୍ରତିଶତ ହେବ । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ବେତନରେ ଯଥେଷ୍ଟ ବୃଦ୍ଧି ଘଟିବ । ତେବେ ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ଜାନୁଆରୀ ୨୦୨୨ ଏବଂ ଜୁଲାଇ ୨୦୨୨ ର ଡିଏ ଘୋଷଣା କରାଯାଇଛି । ବର୍ତ୍ତମାନ ଜାନୁଆରୀ ୨୦୨୩ ର ଡିଏ ଘୋଷଣା କରାଯିବ ।

Get real time updates directly on you device, subscribe now.