fbpx

7th Pay Commission:କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ଚଳିତ ଥର ଏତିକି ପ୍ରତିଶତ ବୃଦ୍ଧି ହେବ DA

Advertisement

ନୂଆଦିଲ୍ଲୀ:କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ହାଇକ କୁ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ। ଜାନୁଆରୀ ୨୦୨୩ ରୁ ମହଙ୍ଗା ଭତ୍ତା ପୁଣି ବଢିବାକୁ ଯାଉଛି । ହୋଲି ପୂର୍ବରୁ ସରକାର ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି। ମାର୍ଚ୍ଚ ୧ରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଡିଏ ବୃଦ୍ଧିକୁ ଅନୁମୋଦନ କରାଯିବ ବୋଲି ଆଶା କରାଯାଉଛି। ଯଦି ଏହା ଘଟେ, କର୍ମଚାରୀମାନଙ୍କୁ ମାର୍ଚ୍ଚ ବେତନରେ ବକେୟା ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ। ଡିସେମ୍ବର ପର୍ଯ୍ୟନ୍ତ AICPI ସୂଚକାଙ୍କ ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥରମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ । ତେବେ ଏହା କାର୍ଯ୍ୟକାରୀ ହେବ ପରେ ଏହା ଦ୍ୱାରା ପ୍ରାୟ ଗୋଟିଏ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।

ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହେତୁ କର୍ମଚାରୀଙ୍କ ବେତନରେ ଭଲ ବୃଦ୍ଧି ଘଟିବ। ବର୍ତ୍ତମାନ ମହଙ୍ଗା ଭତ୍ତା ୩୮% ରହିଛି , ଯାହା ୪୨% କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଜାନୁଆରୀରେ ମହଙ୍ଗା ଭତ୍ତା ବୃଦ୍ଧି ଆଧାରରେ ନୂତନ ଡିଏ ଗଣନା କରାଯିବ। ଏଥର ଏକ ଭଲ ଅଭିବୃଦ୍ଧି ଦେଖାଯାଉଛି । ଏଥିରୁ କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ। ଜୁଲାଇରୁ ଡିସେମ୍ବର ମଧ୍ୟରେ AICPI ସୂଚକାଙ୍କ ସର୍ବାଧିକ ସଂଖ୍ୟା ୧୩୨.୫ ପଏଣ୍ଟରେ ରହିଛି । ଯେଉଁ ଆଧାରରେ DA ରେ ୪ ପ୍ରତିଶତ ବୃଦ୍ଧି ସ୍ଥିର ହୋଇଛି ବୋଲି ବିଶ୍ୱାସ କରାଯାଉଛି ।

ସୂଚନମୁତାବକ ବର୍ତ୍ତମାନ, କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୮% ହାରରେ ଡିଏ ପ୍ରଦାନ କରାଯାଇଛି । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୪୨% କୁ ବୃଦ୍ଧି ପାଇବ ଏହା ପରେ, ଯେଉଁମାନଙ୍କରଦରମା ୧୮,୦୦୦ ଟଙ୍କା ରହିଛି ସେମାନଙ୍କ ବାର୍ଷିକ ମହଙ୍ଗା ଭତ୍ତା ୯୦,୭୨୦ ଟଙ୍କାକୁ ବୃଦ୍ଧି ପାଇବ । ସାମ୍ପ୍ରତିକ ମହଙ୍ଗା ଭତ୍ତାଠାରୁ ପାର୍ଥକ୍ୟ ବିଷୟରେ କହିବାକୁ ଗଲେ ଦରମା ପ୍ରତି ମାସରେ ୭୨୦ ଟଙ୍କା ଏବଂ ବାର୍ଷିକ ୮୬୪୦ ଟଙ୍କା ବୃଦ୍ଧି ପାଇବ ।

Get real time updates directly on you device, subscribe now.