fbpx

ସ୍ପାଇଡ଼ର ମ୍ୟାନ ଭଳି କାନ୍ଥରେ ଚଢ଼ିଯାଉଛିି ୭ବର୍ଷର ବାଳକ, ଦେଖନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡ଼ିଓ

ଆମେ ମାନେ ପ୍ରାୟ ସମସ୍ତେ ସ୍ପାଇଡ଼ର ମ୍ୟାନ ଫିଲ୍ମ ଦେଖିଥିବା । ସେହି ଫିଲ୍ମରେ ସ୍ପାଇଡ଼ର ମ୍ୟାନ ଆରାମସେ କାନ୍ଥରେ ଚଢିଯିବା ଓ ଓହ୍ଲାଇବା ନଜର ଆସିଥିଲା । କିନ୍ତୁ ଏହା ବାସ୍ତବ ଦୁନିଆରେ ଏପରି ହେବା ସମ୍ଭବପର ନୁୁହେଁ । କିନ୍ତୁ ବାସ୍ତବରେ ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ ୭ବର୍ଷର ବାଳକ ଠିକ ଫିଲ୍ମରେ ଦେଖିଥିବା ସ୍ପାଇଡ଼ର ମ୍ୟାନ ଭଳି କାନ୍ଥରେ ଚଢ଼ିବା ସହ ଓହ୍ଲାଉଛି । ଏହାସହ ଏହିପରି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ସେହି ୭ବର୍ଷର ବାଳକର ନାମ ୟସାର୍ଥ ସିଂ ହୋଇଥିବା ବେଳେ ସେ ତୃତୀୟ କ୍ଲାସରେ ପାଠ ପଢ଼ୁଛି । କାନପୁର ଗୋବିନ୍ଦ ନଗର ସ୍ଥିତ ଦାଦା ନଗରରେ କଲୋନୀରେ ସେ ରହୁଛନ୍ତି । ତାଙ୍କ ପିତାଙ୍କ କହିବା ଅନୁସାରେ ୟସାର୍ଥ ୧୦ରୁ ୧୨ଫୁଟ ଲମ୍ବାର କାନ୍ଥରେ ଠିକ ବୁଢ଼ିଆଣି ଭଳି ଚଢ଼ିଯାଉଛି ।
ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ୟସାର୍ଥ ପ୍ରଥମେ ଲୁଚି ଲୁଚି କାନ୍ଥରେ ଚଢ଼ୁଥିଲା । ଦିନେ ତାଙ୍କ ବଡ଼ ଭାଇ ଦେଖିବା ପରେ ଘରେ ଏହି ବିଷୟରେ ଜଣାଇଥିଲେ ।

ଏହାସହ ୟସାର୍ଥ କହିଛନ୍ତି ଯେ ପ୍ରଥମେ ପ୍ରଥମେ ସେ ଯେତେ ବେଳେ କାନ୍ଥରେ ଚଢ଼ିବାକୁ ଚେଷ୍ଟା କରୁଥିଲେ ସେତେବେଳେ ସେ ଗଳି ପଡ଼ୁଥିଲେ । କିନ୍ତୁ ବାରମ୍ବାର ଚେଷ୍ଟା କରିବା ଫଳରେ ସେ ଏବେ ଠିକ ସ୍ପାଇଡ଼ର ମ୍ୟାନ ଭଳି ବାସ୍ତବରେ କାନ୍ଥରେ ଚଢ଼ି ପାରୁଛନ୍ତି । ଏହାସହ ସେ ଏକ ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ଯାହାକୁ ପ୍ରାୟ ୫ଲକ୍ଷ ଉପରେ ଲୋକ ଦେଖିସାରିଛନ୍ତି । ଏବେ ତାଙ୍କ କଲୋନୀ ଲୋକ ତାଙ୍କୁ କାନପୁରିଆ ସ୍ପାଇଡ଼ର ମ୍ୟାନ ବୋଲି ଡାକୁଛନ୍ତି ।

Get real time updates directly on you device, subscribe now.