ଘରକୁ ଡ଼ାକି, ମାସ ମାସ ଧରି ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ, ମାଷ୍ଟରମାଇଣ୍ଡ ମହିଳା

ନାବାଳିକାକୁ ମହିଳାଙ୍କ ସ୍ୱାମୀ କରୁଥିଲେ ଦୁଷ୍କର୍ମ। ୪ ନାବାଳକ ସମେତ ୮ ଗିରଫ।

ସିକିମ୍: ଜଣେ ମହିଳା ହୋଇ ମଧ୍ୟ ଭୁଲି ଯାଇଥିଲା ସବୁ ମାନବିକତା। ୧୩ ବର୍ଷର ନାବାଳିକା ଝିଅକୁ ଘରକୁ ଡ଼ାକି ସବୁ ସୀମା ପାର କରିଦେଇଥିଲା। ଆଉ ମାସ ମାସ ଧରି ନାବାଳିକା ଝିଅର ଦୁଷ୍କର୍ମ କରାଯାଉଥିଲା।

ହେଲେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନାବାଳିକା ଝିଅକୁ ବାରମ୍ୱାର ଦୁଷ୍କର୍ମ ଅଭିଯୋଗରେ ୪ ନାବାଳକ ସମେତ ୮ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ।

ନାବାଳିକାକୁ ଦୁଷ୍କର୍ମ: ହଁ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯିଏ ଶୁଣୁଛି ତା ମୁହଁରୁ ଖାଲି ଗାଳି ବାହାରୁଛି। ଜଣେ ମହିଳା ହୋଇ ନାବାଳିକା ଝିଅର ସର୍ବନାଶ କରିଛି। ଥରେ କି ଦୁଇ ଥର ନୁହେଁ ବାରମ୍ୱାର ମାସ ମାସ ଧରି ଝିଅକୁ ଘରକୁ ଡାକୁଥିଲା।

ଆଉ ସେଠାରେ ଲୋକ ଲଗେଇ ଝିଅର ଦୁଷ୍କର୍ମ କରୁଥିଲା। ଯେହେତୁ ପିଲାଟି ନାବିଳାକା ଥିଲା ତେଣୁ ଏସବୁ କାହାରି ଆଗରେ କହିପାରୁନଥିଲା। ଫଳରେ ଦିନକୁ ଦିନ ଅସୁସ୍ଥ ହେବାକୁ ଲାଗିଲା।

ଅସୁସ୍ଥ ହେଲା ନାବାଳିକା: ତେବେ ଏପରି ଏକ ଚାଞ୍ଚଲ୍ୟପୂର୍ଣ୍ଣ ଘଟଣା ଘଟିଛି ସିକିମର ଗ୍ୟାଲସିଂ ଜିଲ୍ଲାରେ। ଯେହେତୁ ପିଲାଟିକୁ ବାରମ୍ୱାର ଦୁଷ୍କର୍ମ କରାଯାଉଥିଲା, ତେଣୁ ସେ ସବୁବେଳେ ଅସୁସ୍ଥ ରହୁଥିଲା ଏବଂ ସ୍କୁଲରେ ମଧ୍ୟ ଦୁର୍ବଳ ଦେଖିବାକୁ ପାଇଥିଲେ ଶିକ୍ଷକ।

ତେଣୁ ପିଲାଟିକୁ କାଉନସେଲିଂ କରାଯାଇଥିଲା। କାଉନସେଲିଂ ସମୟରେ ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା। ପଚରାଉଚରା ବେଳେ ପୀଡିତା ନାବାଳିକା ଜଣକ ସବୁ ସତ କହିଥିଲେ।

ମହିଳାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି: ପୀଡିତା ଝିଅର କହିବା କଥା, ତାଙ୍କ ନିଜ ଅଞ୍ଚଳର ଜଣେ ମହିଳା ତାଙ୍କୁ ଘରକାମରେ ସାହାଯ୍ୟ କରିବା ପାଇଁ ତାଙ୍କ ଘରକୁ ଡାକନ୍ତି। ଆଉ ସେଠାରେ ତାଙ୍କ ସହ କିଛି ପୁରୁଷ ଦୁଷ୍କର୍ମ କରୁଥିଲେ।

ଆଉ ଦୁଷ୍କର୍ମରେ ମଧ୍ୟ ମହିଳାଙ୍କ ସ୍ୱାମୀ ସାମିଲ ଥିଲେ। ଏହା ଛଡ଼ା ଅନ୍ୟ ଦୁଇଜଣ ପୁରୁଷ ଟଙ୍କା ନେଇ ଝିଅଟିକୁ ବଳାତ୍କାର କରିଥିଲେ। ଝିଅଟିକୁ ସେମାନଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୁକ୍ତ ଗିରଫ: ପୀଡିତା ଗତ ଏକ ବର୍ଷ ମଧ୍ୟରେ ତାଙ୍କ ସହିତ ଯୌନ ନିର୍ଯାତନା କରିଥିବା ୪ଜଣ ପୁଅଙ୍କ ନାମ ମଧ୍ୟ ନେଇଛନ୍ତି। ତାଙ୍କ ବୟାନକୁ ଆଧାର କରି ପୋଲିସ ସମ୍ପୃକ୍ତ ମହିଳା, ତାଙ୍କ ସ୍ୱାମୀ ଏବଂ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଥିଲା ଏବଂ ୪ ଜଣ ନାବାଳକଙ୍କୁ ଅଟକ ରଖିଛି।

ପୀଡିତାଙ୍କୁ ଏବେ ଶିଶୁ କଲ୍ୟାଣ କମିଟିରେ ଚିକିତ୍ସା ଯୋଗାଇ ଦିଆଯାଉଛି। BNS ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ପୋଲିସ କହିଛି।