fbpx
BJD SKY
BJD SKY

୮ ମାସର ଶିଶୁ ଶରୀରରୁ ବାହାରୁଛି Radiation ; ୧୦ ମିନିଟ ଛୁଇଁ ପାରୁନାହିଁ ମା’

BJD

ନୂଆଦିଲ୍ଳୀ: ଦୁନିଆରେ ଅନେକ ଅଜବ ରୋଗ ରହିଛି । ଏମିତି ଏକ ରୋଗର ଶିକାର ହୋଇଛି ୮ ମାସର ନିଷ୍ପାପ ଶିଶୁ । ଶିଶୁଟିର ଶରୀରରୁ ଆଣବିକ ରିଆକ୍ଟର ପରି ବିକିରଣ ସୃଷ୍ଟି ହେଉଥିବାରୁ ମା ମଧ୍ୟ ଶିଶୁଟିକୁ ୧୦ ମିନିଟ ମଧ୍ୟ ଛୁଇଁ ପାରୁନାହିଁ । ଶିଶୁଟି କ୍ୟାନ୍ସରରେ ଆକ୍ରାନ୍ତ । ଶିଶୁଟି ମୁହଁ ଖୋଲି ରୋଗ ସମ୍ପର୍କରେ କହି ପାରୁନଥିବା ବେଳେ ଶିଶୁଟିର ମାତା ପିତା ମଧ୍ୟ ବେଶ ସଙ୍କଟରେ ଗତି କରୁଛନ୍ତି । ଶିଶୁଟିର ଶରୀର ବର୍ତ୍ତମାନ ଆଣବିକ ରିଆକ୍ଟର ପରି ବିକିରଣ ସୃଷ୍ଟି କରୁଥିବାରୁ ମା’ର ମମତା ମଧ୍ୟ ଫିକା ପଡିଛି ।
ଅଷ୍ଟ୍ରେଲିଆର ୨୬ ବର୍ଷୀୟ କାରୋଲ ମଣ୍ଟଗମୋରୀ ଏବଂ ୩୦ ବର୍ଷୀୟ ଡାନିଏଲ ରିସଙ୍କର ଏକ ପୁତ୍ର ସନ୍ତାନ ରହିଛି । ଶିଶୁଟିର ଆଖିରେ ଫୁଲା ଦାଗ ଦେଖି ଆଇଡ୍ରପ ବ୍ୟବହାର କରିଥିଲେ କାରୋଲ । ତେବେ ଅବସ୍ଥା ଖରାପ ହେବାରୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଶିଶୁଟି ଏକ ବିରଳ କ୍ୟାନ୍ସରରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ଶିଶୁଟି ନିଜର ଦୃଷ୍ଟି ଶକ୍ତି ହରାଇଥିଲା । ଶିଶୁଟି କେମୋ ଥେରାପୀ ଚିକିତ୍ସା ନେଉଥିବା ବେଳେ ବର୍ତ୍ତମାନ ତାର ଶରୀରରୁ ବିକିରଣ ସୃଷ୍ଟି ହେଉଛି । କାରୋଲ ବର୍ତ୍ତମାନ ଦ୍ୱିତୀୟ ଥର ଗର୍ଭବତୀ ରହିଥିବାରୁ ବିକିରଣରୁ ଦୂରେଇ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯାହା ଫଳରେ ନିଜ ଶିଶୁକୁ ଛୁଇଁ ପାରୁ ନାହାନ୍ତି କାରୋଲ । ଜଣେ ସେଫ୍ ଭାବରେ କାମ କରୁଥିବା ଡାନିଏଲ୍ ବର୍ତ୍ତମାନ ନିଜ ଚାକିରି ଛାଡି ଶିଶୁଟିର ଧ୍ୟାନ ରଖୁଛନ୍ତି ।

Get real time updates directly on you device, subscribe now.