fbpx

ପୁଣି କୋଟିଆ ଉପରେ ଆନ୍ଧ୍ରର ଆଖି, ସାଲୁର୍ ବିଧାୟକ କଲେ କାର୍ଯ୍ୟକ୍ରମ!

କୋରାପୁଟ(ଓଡ଼ିଶା ଭାସ୍କର): ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀଠାରେ ଆନ୍ଧ୍ରର ଜଣେ ବିଧାୟକ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । ସୋମବାର ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିôବାବେଳେ ତାଙ୍କ ସହ ପାର୍ବତୀପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ଅନ୍ୟ ଅଧିକାରୀ ଯୋଗ ଦେବାର ରହିଥିଲା । ତେବେ ଓଡ଼ିଶା ମାଟିରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମକୁ ଜିଲ୍ଲାର ରାଜନୈତିକ ନେତୃବୃନ୍ଦ ତୀବ୍ର ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ସ୍ଥଳୀକୁ ଆନ୍ଧ୍ରପ୍ରଦେଶ ଆଡୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଇନାହିଁ । ଏପରିକି ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗ୍ରାମ ମଧ୍ୟରେ ଥିବା ରାସ୍ତାକୁ ଓଡ଼ିଶା ପୋଲିସ ଦ୍ୱାରା ବ୍ୟାରିକେଡ୍ ଯୋଗେ ଅବରୋଧ କରାଯାଇଥିଲା । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ସମେତ ଜିଲ୍ଲାର ଅନନ୍ୟ ରାଜନୈତିକ ନେତୃବୃନ୍ଦ ଏବଂ ଆମ କୋଟିଆ ସଂଗଠନର ସଦସ୍ୟ ପ୍ରମୁଖ ବ୍ୟାରିକେଡ୍ ଦିଆଯାଇଥିବା ସ୍ଥାନରେ ପରିସ୍ଥିତି ତଦାରଖ କରିଥିଲେ । କୋଟିଆ ପଞ୍ଚାୟତର ୨୧ଟି ଗ୍ରାମ ଉପରେ ଅଧିକାରକୁ ନେଇ ଉଭୟ ରାଜ୍ୟ ଉଚ୍ଚତମ ନ୍ୟାୟାଳୟରେ ଅନେକ ଦିନ ଧରି ଆଇନଗତ ଲଢ଼େଇ ଜାରି ରଖିଥିବା ବେଳେ ଫାଟୁସିନେରୀକୁ ଆନ୍ଧ୍ର ସରକାର ପଞ୍ଚାୟତର ମାନ୍ୟତା ଦେଇ ବିଗତ ଦିନରେ ନିର୍ବାଚନ ମଧ୍ୟ କରାଇଥିଲେ । ତେବେ ତୁରନ୍ତ ରାଜ୍ୟ ସରକାର ଏଥିରେ ସକ୍ରିୟ ହସ୍ତକ୍ଷେପ କରି ସମସ୍ୟା ସମାଧାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Get real time updates directly on you device, subscribe now.