fbpx

ରୋବୋ ଡଗ୍ ଠାରୁ ଜିଆଣ୍ଟ୍ କ୍ଲକ୍ ପର୍ଯ୍ୟନ୍ତ, ଜେଫ୍ ବେଜୋସଙ୍କର ସବୁଠାରୁ ଦାମୀ ୮ ଜିନିଷ, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ଜେଫ୍ ବେଜୋସ୍, ନାଁ ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ । ଦୁନିଆର ଏପରି କିଛି ଜିନିଷ ନାହିଁ ଯାହାକୁ ସେ ନିଜର କରିପାରିବେ ନାହିଁ । ସେ ଯେତେ ବି ଦାମୀ ହେଇନଥାଉ ନା କାହିଁକି, ସବୁ ଦାମ୍ ଭରିବା ପାଇଁ ସେ ପୂର୍ଣ୍ଣ ରୂପେ ସକ୍ଷମ । ତେବେ ଏହି କ୍ରମରେ ଆଜି ଜାଣିବା ତାଙ୍କ ପାଖରେ ଥିବା ୮ଟି ସବୁଠାରୁ ଦାମୀ ଜିନିଷ ଓ ସେସବୁର ଦାମ୍ ସମ୍ପର୍କରେ ।

୧. ପ୍ରାଇଭେଟ୍ ଜେଟ୍(୪୭୬ କୋଟି):

ବେଜୋସ୍ ଙ୍କ ପାଖରେ ନିଜର ଏକ ପ୍ରାଇଭେଟ୍ ଜେଟ୍ ରହିଛି । ଯାହାର ନାମ ହେଲା ଗଲ୍ଫଷ୍ଟ୍ରିମ୍ ଜି-୬୫୦ଇଆର୍ । ଦୁନିଆରେ ଥିବା ସବୁଠାରୁ ଦ୍ରୁତ ଜେଟ୍ ଭିତରୁ ଏହା ହେଉଛି ଗୋଟିଏ । ସେ ଏହି ଜେଟରେ ଆମେରିକା ଓ ୟୁରୋପ୍ କୁ ଟ୍ରିପ୍ ରେ ଯାଇଥାନ୍ତି । ଏଥିରେ ସର୍ବାଧିକ ୮ ଜଣ ଲୋକ ବସିପାରିବେ ।

୨. ବାସଭବନ(୨୩୦୦ କୋଟି):

ଜେଫ୍ ବେଜୋସ୍ ଙ୍କର ୱାଶିଂଟନ୍ ରେ ଏକ ବିଶାଳ ଘର ରହିଛି । ସେଠାରେ ଦୁନିଆର ସବୁ ସୁବିଧା ଉପଲବ୍ଧ ରହିଛି । ବର୍ତ୍ତମାନ ଏହାର ନବୀକରଣ ଚାଲିଛି । ଏହାର ଦାମ୍ ୨୩୦୦ କୋଟି ଟଙ୍କା । ଏହି ଘରେ ୧୧ଟି ବେଡ୍ ରୁମ୍, ୨୫ଟି ବାଥରୁମ୍ ଓ ୫ଟି ଲିଭିଂ ରୁମ୍ ଏବଂ ୨ଟି ଏଲିଭେଟର୍ ରହିଛି ।

୩. ମହଲ (୧୧୯ ମିଲିୟନ୍ ଡଲାର୍):

ଜେଫ୍ ବେଜୋସ୍ ଙ୍କ ଏକ ଆଲିଶାନ୍ ମହଲ ରହିଛି । ଏହାର ଦାମ୍ ୧୧୯ ମିଲିୟନ୍ ଡଲାର୍ ।

୪. ବେଭର୍ଲି ହିଲ୍ସରେ ଥିବା ରିୟଲ୍ ଇଷ୍ଟେଟ୍(୧୬୫ ମିଲିୟନ୍ ଡଲାର୍):

ବେଜୋସ୍ ଏଲଏ୍ ଠାରେ ଏକ ବିଶାଳ ରିୟଲ୍ ଇଷ୍ଟେଟ୍ କିଣିଛନ୍ତି । ଯାହାର ମୁଲ୍ୟ ୧୬୫ ମିଲିୟନ୍ ଡଲାର୍ ରହିଛି । ଏହାର ନାମ ଜ୍ୟାକ୍ ୱାର୍ନର୍ ଇଷ୍ଟେଟ୍ ରହିଛି । ଏହାକୁ ୱାର୍ନର୍ ବ୍ରୋସ୍ ତିଆରି କରିଛନ୍ତି ।

୫. ୫୦୦ ମିଲିୟନ୍ ଡଲାର୍ ର ଜାହାଜ:

୨୦୧୮ ମସିହାରେ ସେ ନିଜର ଏକ ଜାହାଜ କିଣିଛନ୍ତି । ଏହି ସୁପରଚ୍ୟାଟ୍ ନବୀକରଣ ହେଉଥିବା ବେଳେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ଦୈର୍ଘ୍ୟ ୪୧୭ ଫୁଟ୍ । ଏହାର ନାମ ୱାଇ୭୨୧ । ବିଶ୍ୱର ସବୁଠାରୁ ବଡ଼ ଜାହାଜ ବୋଲି ମଧ୍ୟ ଏହାକୁ କୁହାଯାଇପାରେ ।

୬. ରୋବୋଟ୍ ଡଗ୍(୭୪,୫୦୦ ଡଲାର୍):

ଜେଫ୍ ବେଜୋସ୍ ନିକଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ସହିତ ଏକ ରୋବୋଟ୍ ଡଗ୍ କୁ ଦେଖିବାକୁ ମିଳିଥିଲା । ଏହାକୁ ରୋବୋଟିକ୍ କମ୍ପାନୀ ବୋଷ୍ଟନ୍ ଡାଇନାମିକ୍ସ ରେ ତିଆରି କରାଯାଇଛି । ଏହାର ମୁଲ୍ୟ ୭୪,୫୦୦ ଡଲାର୍ । ଏହି ରୋବୋଟ୍ ଡଗ୍ ରେ ୧୪ କେଜିର ଉପକରଣ ଖଞ୍ଜାଯାଇଛି । ଏହି ରୋବୋଟ୍ ଡଗ୍ ପାଣି ଗ୍ଲାସ୍ ଦେବାଠାରୁ ଆରମ୍ଭ କରି କବାଟ ବନ୍ଦ କରିବା ପର୍ଯ୍ୟନ୍ତ ବିଭିନ୍ନ କାମ କରିପାରିବ ।

୭. ଲେକ୍ ହାଉସ୍ (୧୧୮ ମିଲିୟନ୍ ଡଲାର୍):

ବେଜୋସ୍ ଙ୍କର ୱାଶିଂଟନର ମେଡିନା ଠାରେ ଏକ ଲେକ୍ ହାଉସ୍ ରହିଛି । ଏହାର ୨ ହେକ୍ଟର୍ ଜମିରେ ବିସ୍ତୃତ ଭାବେ ତିଆରି ହୋଇଛି । ଏହାର ବାହାରୁ ଦେଖିବାକୁ ଯେତେ ଆକର୍ଷଣୀୟ ଭିତରୁ ମଧ୍ୟ ସେତେ ଆରାମଦାୟକ ।

୮. ଜିଆଣ୍ଟ୍ କ୍ଲକ୍(୪୨ ମିଲିୟନ୍ ଡଲାର୍):

୪୨ ମିଲିୟନ୍ ଡଲାର୍ ମୁଲ୍ୟର ଏକ ଜିଆଣ୍ଟ କ୍ଲକ୍ ଜେଫ୍ ବେଜୋସ୍ ୨୦୧୮ ରେ ଇନଷ୍ଟଲ୍ କରିଛନ୍ତି । ଏହି ଜିଆଣ୍ଟ୍ କ୍ଲକ୍ ୧୦ ହଜାର ବର୍ଷ ପର୍ଯ୍ୟନ୍ତ ଚାଲିବ । ଏହା ୫୦୦ ଫୁଟ୍ ଉଚ୍ଚର ହୋଇଥିବା ଟୁଇଟ୍ କରି ବେଜୋସ୍ କହିଛନ୍ତି ।

Get real time updates directly on you device, subscribe now.