fbpx
BJD
BJD SKY
BJD SKY

୮ ଜଣ ଅଂଶୁଘାତରେ ଆକ୍ରାନ୍ତ, ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ କଲବଲ କରୁଛି । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ରାଜ୍ୟର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି । ଏଥିମଧ୍ୟରେ ୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଅନୁଗୁଳରେ ସର୍ବାଧିକ ୫ ଜଣ, ମୟୁରଭଞ୍ଜରୁ ୧, ସୁନ୍ଦରଗଡ଼ରୁ ୧ ଏବଂ ଭୁବନେଶ୍ୱରରୁ ଜଣେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ ।

ସକାଳ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝର ସବୁଠାରୁ ଉତ୍ତପ୍ତ ସହର ହୋଇଥିିବା ବେଳେ ଏହାର ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ଓ ସମ୍ବଲପୁରର ୩୭.୪ ଡିଗ୍ରୀ, ଚାନ୍ଦବାଲି ୩୭.୨, ହୀରାକୁଦ, ୩୬.୯, ରାଉଲକେଲା ୩୬.୬, ଭୁବନେଶ୍ୱର ୩୬.୨, ବାଲେଶ୍ୱର ୩୬, ଗୋପାଲପୁର ୩୨.୨, ପୁରୀ ୩୧.୮ ଏବଂ ପାରାଦୀପ ୩୧.୨ ଡିଗ୍ରୀ ରହିଛି । ଏହି ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହା ସହ ଖରାରେ କ୍ରିକେଟ, ଫୁଟବଲ୍‌, ହକି ଭଳି ଖେଳ ଖେଳାଯାଇପାରିବ ନାହିଁ । ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ସମସ୍ତ ଆଉଟ୍‌ଡୋର ଖେଳକୁଦ ଉପରେ କଟକଣା ରହିଥିବା ଏନେଇ ନିର୍ଦ୍ଦେଶନାମା ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର ।

Get real time updates directly on you device, subscribe now.