fbpx

ମେଡିକାଲ ପରୀକ୍ଷା ପାଇଁ ଜାରି ହେଲା Exam Calendar, ଏହି ଲିଙ୍କକୁ ଯାଇ କରିପାରିବେ ଚେକ୍‌

ଓଡ଼ିଶା ଭାସ୍କର: ନ୍ୟାସନାଲ ବୋର୍ଡ଼ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନସେସ୍‌(NBEMS) ଏହାର ପରୀକ୍ଷା କ୍ୟାଲେଣ୍ଡର ୨୦୨୪ ଜାରି କରିଛି । ଏହି ପରୀକ୍ଷା କ୍ୟାଲେଣ୍ଡର ଅନ୍ତର୍ଗତ NEET PG, FMGE June, GPAT ଏବଂ ଅନ୍ୟ ପରୀକ୍ଷା ଆୟୋଜିତ ହେବ । NBEMSର ଅଫିସିଆଲ ୱେବସାଇଟ୍ natboard.edu.inକୁ ଯାଇ ପରୀକ୍ଷା ତାରିଖ ଚେକ୍ କରିପାରିବେ ।

NBEMSର ଅଫିସିଆଲ ନୋଟିଫିକେସନ୍ ଅନୁଯାୟୀ ଚଳିତ ବର୍ଷ ଜୁନ୍ ୨୩ରେ NEET PG ପରୀକ୍ଷା ଆୟୋଜିତ ହେବ । ଜୁଲାଇ ୬କୁ FMGE June ଏବଂ GPATପରୀକ୍ଷା ଜୁନ୍ ୮ରେ ଆୟୋଜିତ ହେବ । ସେହିପରି ଏକଜିଟ୍ ପରୀକ୍ଷା ୨୦୨୩ ଏବଂ NBEMS ଡିପ୍ଲୋମା ପ୍ରାକ୍ଟିକାଲ ପରୀକ୍ଷା ଡିସେମ୍ବର ୨୦୨୩ ଏପ୍ରିଲ/ମେ’ରେ ଆୟୋଜିତ ହେବ । ଡିଏନବି/ଡିଆରଏନବି ଫାଇନାଲ ଥିଓରୀ ପରୀକ୍ଷା ଚଳିତ ବର୍ଷ ମେ ୧୫, ୧୬, ୧୭ ଏବଂ ୧୮ରେ ହେବାକୁ ଥିବା ବେଳେ NBEMS ଡିପ୍ଲୋମା ଫାଇନାଲ ପରୀକ୍ଷା ୧୪, ୧୫ ଏବଂ ୧୬ ଜୁନରେ ଅନୁଷ୍ଠିତ ହେବ । ଡିଏନବି ପୋଷ୍ଟ ଡିପ୍ଲୋମା ସିଇଟି(ପିଡିସିଇଟି) ୨୦୨୪ ଜୁଲାଇ ୧୨ ଏବଂ ଅକ୍ଟୋବର ୫ ଏବଂ ୬କୁ ଡିପ୍ଲୋମା ଇନ୍ ଫାର୍ମାସୀ ଏଗଜିଟ୍ ପରୀକ୍ଷା(ଡିପିଇଇ) ଆୟୋଜିତ ହେବ । ଏନେଇ ପରୀକ୍ଷାର୍ଥୀମାନଙ୍କୁ ଇନଫର୍ମେସନ୍ ବୁଲେଟିନ୍‌/ NBEMSର ଅଫିସିଆଲ ୱେବସାଇଟ୍ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ https://www.natboard.edu.in/viewnotice ମାଧ୍ୟମରେ ପରୀକ୍ଷା କ୍ୟାଲେଣ୍ଡର ଯାଞ୍ଚ କରିପାରିବେ ।

NBEMS Exam Calendar କିପରି ଯାଞ୍ଚ କରିବେ ?

– ପ୍ରଥମେ NBEMSର ଅଫିସିଆଲ ୱେବସାଇଟ natboard.edu.inକୁ ଯାଆନ୍ତୁ
– ହୋମ ପେଜରେ ପରୀକ୍ଷା କ୍ୟାଲେଣ୍ଡର ୨୦୨୪ ଲେଖାଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ
– PDFର ନୂଆ ପେଜ୍ ଖୋଲିବ । ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତ ପାଇଁ ହାର୍ଡ଼ କପି ବାହାର କରିପାରିବେ

 

Get real time updates directly on you device, subscribe now.