fbpx

୨୦୦ ମିଟର ଖାଇ ମଧ୍ୟକୁ ଖସିଲା ପିକଅପ୍ ଭ୍ୟାନ: ୮ ଜଣଙ୍କ ମୃତ୍ୟୁ, ୩ ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନିତାଲରେ ଘଟିଯାଇଛି ଏକ ବଡ଼ ଅଘଟଣ । ଏକ ପିକଅପ୍ ଭ୍ୟାନ ୨୦୦ ମିଟର ଖାଇ ମଧ୍ୟକୁ ଖସିବା ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି । ସୋମବାର ଦିନ ବିଳମ୍ବିତରେ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ୭ ଜଣ ମୃତକଙ୍କ ବୟସ ୪୫ ବର୍ଷ ଉପରେ ବୋଲି ଜଣାପଡ଼ିଛି । ଯାନଟିରେ ମୋଟ ୧୧ ଜଣ ଲୋକ ଯାତ୍ରା କରୁଥିବା ବେଳେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ନୈନିତାଲର ବେତାଲଘାଟ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା ।

ଏହି ଘଟଣା ପୂର୍ବରୁ ଉତ୍ତରାଖଣ୍ଡର ଟିହରୀରେ ମଧ୍ୟ ଏକ ଅଘଟଣ ଘଟିଥିଲା । ସେଠାରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଜିଲ୍ଲାର ଗାଜା ତହସିଲ ଅନ୍ତର୍ଗତ ଦୁବାକୋଟି ନିକଟରେ ଏକ ଟାଟା ସୁମୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚାଳକଙ୍କ ସହିତ ସେଥିରେ ୧୧ ଜଣ ଯାତ୍ରୀ ରହିଥିବା ବେଳେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଆହତ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଉକ୍ତ ଦୁର୍ଘଟଣାରେ ୮ ଜଣ ଲୋକ ଅହେତ ହୋଇଥିଲେ । ଭାରସାମ୍ୟ ହରାଇ ଟାଟା ସୁମୋ ଖାଇରେ ଖସି ପଡ଼ିଥିଲା ।

Get real time updates directly on you device, subscribe now.