fbpx

ବିଦେଶରେ ଦୃଶ୍ୟମାନ ହେଲା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଇଣ୍ଟରନେଟରେ ଭାଇରାଲ ହେଉଛି ବିରଳ ଦୃଶ୍ୟ

ଓଡ଼ିଶା ଭାସ୍କର: ଏପ୍ରିଲ ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଥିଲା । ଏହି ସୂର୍ଯ୍ୟ ପରାଗ ମେକ୍ସିକୋ, ଉତ୍ତର ଆମେରିକା, ଆମେରିକା ଏବଂ କାନାଡ଼ା ଦେଇ ଗତି କରିଥିଲା । ତେବେ ଜ୍ୟୋତିର୍ବିଜ୍ଞାନୀ, ପଦାର୍ଥ ବିଜ୍ଞାନୀ, ଗ୍ରହଣ ଦେଖିବା ପାଇଁ ଉତ୍ସାହି ଏବଂ ସ୍କାଏ ୱାଚର୍ସ ଏହି କ୍ଷଣସ୍ଥାୟୀ ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ଅପେକ୍ଷା କରିଥାନ୍ତି । ଭୌଗଳିକ ଅବସ୍ଥିତି ନିର୍ବିଶେଷରେ ଏହା ସାରା ଜୀବନ ପାଇଁ ଆଶ୍ଚର୍ଯ୍ୟ ଏବଂ ଅଧ୍ୟୟନର କ୍ଷମତା ରଖିଥାଏ । ବର୍ତ୍ତମାନ ଏହି ସୂର୍ଯ୍ୟ ଗ୍ରହଣର ବାସ୍ତବତିକ ଚିତ୍ର ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଦେଖିବା ଏହି ମନୋରମ କ୍ଷଣର କିଛି ଝଲକ ଯାହା Reuters ଶେୟାର କରିଛି ।

ମଧ୍ୟ କାନାଡ଼ାର Ontarioରେ ସୂର୍ଯ୍ୟ ଗ୍ରହଣ ସମୟରେ ସୂର୍ଯ୍ୟ ପରି ବସ୍ତ୍ର ଧାରଣ କରି ଏକତ୍ରିତ ହୋଇଥିବା ସବୁଠାରୁ ବଡ଼ ସମୁହର ଗିନିଜ ୱାର୍ଲ୍ଡ ରେକର୍ଡ଼ ଭାଙ୍ଗିବା ପାଇଁ ପାଖାପାଖି ୩୦୯ ଲୋକ ଏକତ୍ରିତ ହୋଇଥିଲେ । ତେବେ ଏହି ସୂର୍ଯ୍ୟ ଗ୍ରହଣକୁ ନେଇ ଲୋକମାନେ ‘ଏକ୍ସ’ରେ ଭିଡ଼ିଓ ଶେୟାର କରିଛନ୍ତି । ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ର ଗତି କରେ ସେତେବେଳେ ଏହାର ଛାଇ ପୃଥିବୀ ଉପରେ ପଡ଼ିଥାଏ । ସୂର୍ଯ୍ୟର ଚାରି ପାଖରେ ପୃଥିବୀର କକ୍ଷପଥ ସହ ଚନ୍ଦ୍ରର କକ୍ଷପଥ ସାମାନ୍ୟ tilt ହୋଇଥିବାରୁ ଗୋଟିଏ ରେଖାରେ ଏପରି Alignment ବିରଳ ଅଟେ । ତେବେ ଭାରତୀୟ ସମୟାନୁସାରେ ଏହି ସୂର୍ଯ୍ୟଗ୍ରହଣ ଏପ୍ରିଲ ୮ ରାତି ୯ଟା ୧୫ରେ ଆରମ୍ଭ ହୋଇଥିଲା । ରାତି ୧୦ଟାରେ ଏହା ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ହୋଇ ଏପ୍ରିଲ ୯ ୨ଟା ୨୨ ମିନିଟରେ ଶେଷ ହୋଇଥିଲା । ସେହିପରି ଏପ୍ରିଲ ୮ରେ ପାସିଫିକ୍ ସମୟାନୁସାରେ(PT) ମେକ୍ସିକୋର ପ୍ରଶାନ୍ତ ଉପକୂଳରେ ସକାଳ ୧୧ଟା ୦୭ରେ ଆରମ୍ଭ ହୋଇଥିଲା । ଉତ୍ତର ଆମେରିକାରେ ମେନରେ ଏହା ପାଖାପାଖି ୧ଟା ୩୦ରେ ଶେଷ ହୋଇଥିଲା ।

 

Get real time updates directly on you device, subscribe now.