fbpx

କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ନିୟମ: ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ତାନଙ୍କୁ ଅନ୍ୟ ରାଜ୍ୟକୁ ଟ୍ରାନ୍ସଫର ଅନୁମତି ମିଳିବନି

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ) ପକ୍ଷରୁ ଆସିଛି ଏକ ନୂଆ ନିୟମ । ଏହି ନୂଆ ନିୟମ ଦ୍ୱାରା ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ସରକାରୀ କ୍ଷେତ୍ର କର୍ମଚାରୀମାନେ ପ୍ରଭାବିତ ହେବେ ନାହିଁ । କେଭି ପକ୍ଷରୁ ଟ୍ରାନ୍ସଫର ନୀତିରେ ପରିବର୍ତ୍ତନ କରାଯାଇଛି । ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପ୍ରତି ନିୟମକୁ କଠୋର କରାଯାଇଛି । ଘରୋଇ କ୍ଷେତ୍ରରେ କାମ କରୁଥିବା ଅଭିଭାବକଙ୍କୁ ନିଜ ସନ୍ତାନକୁ ଅନ୍ୟ ରାଜ୍ୟକୁ ବଦଳି କରିବାକୁ ଟ୍ରାନ୍ସଫର ସୁବିଧା ମିଳିବନି ।

ତେବେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଅଭିଭାବକମାନେ ଏହି ସୁବିଧା ପାଇ ପାରିବେ । ସେମାନଙ୍କର ସନ୍ତାନମାନେ ଅନ୍ୟ ରାଜ୍ୟକୁ ଟ୍ରାନ୍ସଫର ସୁବିଧା ପାଇବେ । କେଭି ପକ୍ଷରୁ ପ୍ରତି କ୍ଲାସରୁ ୮ଟି ଲେଖାଏଁ ସିଟ୍ ହ୍ରାସ କରାଯାଇଛି । କେଭି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ୩୨ଟି ସିଟ୍ ପାଇଁ ଆବେଦନ ମଗାଯାଇଛି । ଏ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ପ୍ରତି କ୍ଲାସରେ ୪୦ଟି ଲେଖାଏଁ ସିଟ୍ ରହୁଥିଲା ।

ସୂଚନାଯୋଗ୍ୟ ଯେ, କେଭିରେ ଆଡମିଶନ କରିବା ପାଇଁ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ ଆବେଦନ କରୁଥିବା ବେଳେ ସିଟ୍ ହ୍ରାସ ପାଇବା ଫଳରେ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ବହୁ ସମସ୍ୟାର ସାମ୍ନା କରିବାର ଆଶଙ୍କା ରହିଛି । ଅଧିକ ଛାତ୍ରଛାତ୍ରୀ ହେଲେ ଶିକ୍ଷକମାନେ ସେମାନଙ୍କ ଉପରେ ଧ୍ୟାନ ଦେଉ ପାରିନଥାନ୍ତି । ଫଳରେ ଛାତ୍ରଛାତ୍ରୀଙ୍କ କ୍ଷମତା ହ୍ରାସ ଘଟିଥାଏ । ତେଣୁ ସିଟ୍ ହ୍ରାସ ନିଷ୍ପତ୍ତି ନିଆଯାଇଛି । କେଭିରେ ପ୍ରଥମ ଶ୍ରେଣୀରେ ଆଡମିଶନ ପାଇଁ ଏପ୍ରିଲ ୧ରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ତାହା ୧୫ ପର୍ଯ୍ୟନ୍ତ ଚାଲିବ ଓ ୧୯ରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ପ୍ରଥମ ଲିଷ୍ଟ ଜାରି କରାଯିବ ।

Get real time updates directly on you device, subscribe now.