fbpx

‘ଆଜି ବି ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଉଛି’, ମହିଳାଙ୍କୁ ଅର୍ଦ୍ଧନଗ୍ନ କରିବା ଘଟଣାକୁ ନେଇ ହାଇକୋର୍ଟଙ୍କ ବଡ଼ ଶୁଣାଣି

ଚଣ୍ଡିଗଡ଼: ପଞ୍ଜାବର ତରନତାରନ ଜିଲ୍ଲାରେ ୫୫ ବର୍ଷୀୟ ମହିଳା ସହ ତାଙ୍କ ପୁଅଙ୍କ ଶାଶୁଘର ଲୋକେ ମାରପିଟ କରି ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ବୁଲାଇଛନ୍ତି, କାରଣ ତାଙ୍କ ପୁଅ କୌଣସି ମହିଳାଙ୍କୁ ନେଇ ଫେରାର ହୋଇଯାଇଥିଲା । ଏଥିସହ ସେ ନିଜ ପରିବାରର ଇଛା ବିରୋଦ୍ଧରେ ତାଙ୍କୁ ବିବାହ କରିଥିଲେ ।

ପଞ୍ଜାବ ପୋଲିସ ଏହି ଘଟଣାକୁ ବର୍ବର ଏବଂ ଲଜ୍ୟାଜନକ ଘଟଣା ବୋଲି କହିଛନ୍ତି । ତେବେ ଏହି ମାମଲା ପଞ୍ଜାବ ଏବଂ ହରିୟାଣା କୋର୍ଟରେ ଯାଇ ପହଁଚିଛି । ବରିଷ୍ଠ ବିଚାରପତି କହିଛନ୍ତି ଯେ, ମୋତେ ମହାଭାରତ ସମୟ କଥା ମନେପଡିଯାଉଛି, ଯେଉଁଥିରେ କୌରବମାନଙ୍କ ଆଦେଶରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହୋଇଥିଲା ଏବଂ ଭୀଷ୍ମ ପିତାମହଙ୍କ ସହ ପାଣ୍ଡବମାନେ ଚୁପ ହୋଇଥିଲେ, ଯାହାର ପରିଣାମ ସ୍ୱରୂପ ଜହାର ହଜାର ଲୋକଙ୍କ ରକ୍ତପାତ ହୋଇଥିଲା । କୋର୍ଟ କହିଛନ୍ତି ଯେ, ‘ଅନେକ ଶତାବ୍ଦୀ ପରେ ମଦ୍ୟ ଲୋକେ ଏହି ଆଶା କରୁନାହାନ୍ତି ଯେ, ନ୍ୟାୟ ବ୍ୟବସ୍ଥା ପ୍ରଶାସନର ନାକ ତଳେ ଘଟିଥିବା ଏଭଳି ପାପପୂର୍ଣ୍ଣ ତଥା ନିନ୍ଦନୀୟ ଘଟଣାରେ ମୁକଦର୍ଶକ ହୋଇ ରହିବ ।’

ବିଚାରପତି କହିଛନ୍ତି ଯେ, ତାରନତାରନ ସେସନ ଡିଭିଜନର ପ୍ରଶାସନିକ ବିଚାରତପତି ହୋଇଥିବାରୁ, ମୋର ସୁବିଚାରିତ ରାୟ ହେଉଛି ଯେ, ଏହି ଘଟଣାର ସଂଜ୍ଞା ନ୍ୟାୟିକ ପକ୍ଷ ଦ୍ୱାରା ସ୍ପଷ୍ଟ ସଂଜ୍ଞା ନେବାର ଆବଶ୍ୟକ କରେ । କାରଣ ହାଇକୋର୍ଟ ଏପରି ଘଟଣାମାନ ଉପରେ ମୁକଦର୍ଶକ ରହିପାରିବେ ନାହିଁ । ଯେଉଁଠାରେ ଜଣେ ମହିଳାର ସମ୍ମାନ ଖୋଲାଖୋଲି ଭାବେ ଅପମାନିତ ହେଉଛି ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ପୋଲିସ ଏବଂ ଅନ୍ୟାନ୍ୟ ସଂପୃକ୍ତ କର୍ତ୍ତପକ୍ଷ ଏକ ଖରାପ ମନୋଭାବ ପ୍ରଦର୍ଶନ କରନ୍ତି କିମ୍ବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ ।

ପୋଲିସ କହିଥିଲା ଯେ, ଏହି ଘଟଣାରେ ଚାରି ଜଣ ଲୋକଙ୍କୁ ଗିରଫ କରାଯାଇଛି । ପିଡିତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ।ନୁସାରେ, ସେ ଘରେ ଏକା ଥିଲେ ଯେତେବେଳେ ପୁଅର ଶ୍ୱଶୁର ଘର ଲୋକେ ତାଙ୍କୁ ମାରପିଟ କରି ତାଙ୍କ ବସ୍ତ୍ର ଚିରି ଦେଇଥିଲେ । ପିଡିତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ସେମାନେ ଅର୍ଦ୍ଦନଗ୍ନ କରି ଗାଁ ରେ ବୁଲାଇଥିଲେ । ଏହି ଭିଡିଓ ଶୁକ୍ରବାର ଦିନ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.