fbpx

ଏନକାଉଣ୍ଟରକୁ ମାଓବାଦୀଙ୍କ ବିରୋଧ, ଆସନ୍ତା ୧୫ରେ ୫ଟି ରାଜ୍ୟରେ ବନ୍ଦ ଡାକରା

ମାଲକାନଗିରି: ଆସନ୍ତା ୧୫ ତାରିଖରେ ୪ଟି ରାଜ୍ୟରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏନକାଉଣ୍ଟରକୁ ବିରୋଧ କରି ଏକ ଲିଖିତ ଚିଠି ମାଧ୍ୟମରେ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ପାଇଁ ସୂଚନା ଦିଆଯାଇଛି । ଗତ ୩ ମାସରେ ୫୦ ମାଓବାଦୀଙ୍କ ମୃତ୍ୟୁ, ୨୨ ଦିନରେ ୧୫ ସାଥିଙ୍କ ହତ୍ୟା ଅଭିଯୋଗ ଆଣିଛି ମାଓ ସଂଗଠନ । ଓଡ଼ିଶା ସମେତ ୪ଟି ରାଜ୍ୟ ଯଥା ଛତିଶଗଡ଼, ତେଲେଙ୍ଗାନା, ଆନ୍ଦ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଦେଶର ବିଭିନ୍ନ ମାଓପ୍ରବଣ ରାଜ୍ୟରେ ବିଶେଷ କରି ଓଡ଼ିଶା ଛତିଶଗଡ଼ ସୀମାରେ ଭାରତୀୟ ଯବାନ ଓ ପୋଲିସ ସବୁଠୁ ଅଧିକ ଏନକାଉଣ୍ଟର କରିଛନ୍ତି । ଯାହାକୁ ବିରୋଧ କରି ପ୍ରେସ୍ ବିଜ୍ଞପ୍ତି ଜରିଆରେ ବନ୍ଦ ଡାକରା ଦେଇଛି ମାଓବାଦୀଙ୍କ ରିଜନାଲ ବ୍ୟୁରୋ । ଏହି ଅପରେସନ ପ୍ରତିବାଦରେ ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି । ସେପଟେ ମାଓବାଦୀଙ୍କ ବନ୍ଦ ଡାକରା ପରେ ସଜାଗ ହୋଇଛନ୍ତି ଯବାନ ଓ ପୋଲିସ । କମ୍ବିଂ ଅପରେସନ ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

 

Get real time updates directly on you device, subscribe now.